Latest Odisha News

ଅଡୁଆରେ ରିୟା: ୫୦୦ କୋଟି ଠକେଇ ମାମଲରେ ଅଭିନେତ୍ରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍ ଜାରି କରିଛି। HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ଏଠାରେ କହି ରଖୁଛୁ HIBOX ଏକ ଜାଲିଆତି ଆପ୍। ରିୟା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଏହି ଆପରେ ବିନିଯୋଗ କରିବାକୁ କହିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ରିୟାଙ୍କୁ ଅକ୍ଟୋବର ୯ରେ ଦ୍ୱାରକା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ପୂର୍ବରୁ ୟୁଟ୍ୟୁବର ଏଲଭିଶ୍‌ ଯାଦବ ଏବଂ କେମେଡିଆନ ଅଭିନେତ୍ରୀ ଭାରତୀ ସିଂହଙ୍କୁ ମଧ୍ୟ ସମନ କରିଥିଲା ପୋଲିସ। ସେମାନେ ଆପ୍ ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଜେରା ହେବେ। ସେହିପରି ଅନ୍ୟ ତିନି ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ନୋଟିସ୍ କରିଥିଲା ଦିଲ୍ଲୀ ପୋଲିସ। ଏନେଇ ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି।

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା। ହାଇବକ୍ସ ଆପ୍ ଏକ ବିନିଯୋଗ ଯୋଜନା ଭାବରେ ପରିଚିତ ହୋଇଛି । ୟୁଜର୍ସମାନେ ଏହି ଆପରେ ସାଇନ୍ ଅପ୍ କରି ସେମାନଙ୍କର ଟଙ୍କା ବିନିଯୋଗ କରନ୍ତି। ଆପ୍ ଦାବି କରିଛି ଯେ ଏହା ଏକରୁ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଇଥାଏ। ଏହା ବ୍ୟତୀତ, ଏହା ମଧ୍ୟ ଏକ ମାସରେ ୩୦-୯୦ ପ୍ରତିଶତ ରିଟର୍ଣ୍ଣ ନିଶ୍ଚିତ କରେ। ପ୍ରାରମ୍ଭରେ ଏହି ଆପ୍ ରିଟର୍ଣ୍ଣ କରିଥିଲା, କିନ୍ତୁ ଜୁଲାଇ ୨୦୨୪ରେ ବୈଷୟିକ ତ୍ରୃଟି ଯୋଗୁଁ ଏବଂ ଆଇନଗତତା ଦର୍ଶାଇ ଦେୟ ବନ୍ଦ ହୋଇଗଲା। ଏହା ପରେ ଅନେକ ୟୁଜର୍ସ ଏହା ବିରୋଧରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.