Latest Odisha News

ଜଳିଗଲା ଟ୍ରକ୍‌-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ

ସମ୍ବଲପୁର: ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡ୍ରାଇଭର ଜଣଙ୍କ ରେହେମାନ ଖାନା ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାମେ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରାସ୍ତାରେ ଟ୍ରକ୍‌ ଓ କଣ୍ଟେନର ଜଳୁଥିବାରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଦୀର୍ଘ ସମୟ ପାଇଁ ଅଟକି ରହିଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.