Latest Odisha News

ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ

ଗ୍ୱାଲିୟର: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଛି । ୧୨୮ ରନର ଲକ୍ଷ୍ୟକୁ ଟିମଇଣ୍ଡିଆ ୧୧.୫ ଓଭରରେ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭ ବଲରୁ ୧୬ରନ, ସୂର୍ଯ୍ୟକୁମାର ଯାଦବ ୧୪ ବଲରୁ ୨୯, ସଞ୍ଜୁ ସାମସନ ୧୯ ବଲରୁ ୨୯ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରୁ ୩୯ ଓ ନୀତିଶ କୁମାର ରେଡ୍ଡୀ ୧୫ ବଲରୁ ୧୬ ରନ କରି ଅପରାଜିତ ରହିଥିଲେ । ମୁସ୍ତାଫିଜର ରହେମାନ ଓ ମେହେଦୀ ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଟିମ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୯.୫ ଓଭରରେ ୧୨୭ ରନ କରି ଅଲଆଉଟ ହୋଇ ଯାଇଥିଲା । ମେହେଦି ହାସନ ମିରାଜ ୩୫ ଓ ନାଜମୁଲ ହୁସେନ ଶାନ୍ତୋଙ୍କ ୨୭ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇ ପାରି ନ ଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତି ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.