Latest Odisha News

ପାଣି ବୋତଲକୁ ଦେଖି ଆଶ୍ଚର୍ଯ୍ୟ ହେଲେ କଲେକ୍ଟର, ନେଲେ ଆକ୍ସନ

ବାଘପତ: ଉତ୍ତରପ୍ରଦେଶ ବାଘପତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ମୁତବକ ବାଘପତ କଲେକ୍ଟର ଜିତେନ୍ଦ୍ର ପ୍ରତାପ ସିଂହ ଏକ କାର୍ଯକ୍ରମରେ ଉପସ୍ଥିତ ଥିଲେ। ତାଙ୍କୁ ଶୋଷ ଲାଗିବାରୁ ରଖାଯାଇଥିବା ପାଣି ବୋତଲକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ବୋତଲର ନାମ ପଢୁ ପଢୁ ତୁରନ୍ତ ପାଣି ଯୋଗାଇଥିବା ଫ୍ୟାକଟ୍ରୀରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ରଖାଯାଇଥିବା ବୋତଲରେ ‘ବିସଲରୀ’ ବଦଳରେ ‘ବିଲସରୀ’ ଲେଖା ଦେଖି ରାଗିଯାଇଥିଲେ କଲେକ୍ଟର। ପରେ ଖାଦ୍ୟ ବିଭାଗ ସହ ପୋଲିସ ଟିମ୍ ଫ୍ୟାକଟ୍ରୀରେ ପହଞ୍ଚି ଜେସିବି ଚଢାଇ ୩୦୦୦ ପାଣି ବୋତଲ ନଷ୍ଟ କରିଥିଲା। ପ୍ରତିଷ୍ଠିତ ବ୍ରାଣ୍ଡ ନାଁ ନେଇ ପାଣି ବିକ୍ରି କରୁଥିବାରୁ ଉକ୍ତ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.