Latest Odisha News

ଆଇଓଏର ତ୍ରୁଟିପୂର୍ଣ୍ଣ ସ୍ପନଶରଶିପ ଚୁକ୍ତି ଯୋଗୁ କ୍ଷତି ହୋଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ ରିଲାଏନ୍ସ ସହ ତ୍ରୁଟିପୂର୍ଣ୍ଣ ଚୁକ୍ତି କରି ଘାଟାରେ ପଡିଛି । ସିଏଜି ରିପୋର୍ଟ ଅନୁସାରେ ଆଇଓଏର ୨୪ କୋଟି ଟଙ୍କା ଏହି ଚୁକ୍ତି ବାବଦକୁ କ୍ଷତି ହୋଇଛି । ଆଇଓଏ ୨୦୨୨ରୁ ୨୦୩୦ ପର୍ଯ୍ୟନ୍ତ ରିଲାଏନ୍ସ ସହ ୧୦ଟି ମେଗା ଇଭେଂଟ ପାଇଁ ଚୁକ୍ତି କରିଥିଲା । ଏଥିରେ ୨ଟି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ( ୨୦୨୪, ୨୦୨୮), ୨ଟି ଏସିଆନ ଗେମ୍ସ(୨୦୨୨, ୨୦୨୬) ଓ ୨ଟି ୱିଂଟର ଅଲିମ୍ପିକ୍ସ(୨୦୨୬, ୨୦୩୦) ସାମିଲ । ସିଏଜି ମୁତାବକ ଏହି ଚୁକ୍ତି ବାବଦକୁ ଆଇଓଏକୁ ୫୯ କୋଟି ଟଙ୍କା ବଦଳରେ ୩୫ କୋଟି ଟଙ୍କା ମିଳିଛି । ଅକ୍ଟୋବର ୮ରେ ଆଇଓଏର ଅଧ୍ୟକ୍ଷ ପିଟି ଉଷା ଏ ସମ୍ପର୍କରେ ଆସିଥିବା ଅଭିଯୋଗର ଜବାବ ରଖିବେ ।

ଆଇଓଏ ପ୍ରତ୍ୟେକ ଇଭେଂଟ ପାଇଁ ପାଖାପାଖି ୬ କୋଟି ଟଙ୍କାର ଚୁକ୍ତି ରିଲାଏନ୍ସ ସହ କରିଥିଲା । ୨୦୨୩ରେ ଆଉ ଅତିରିକ୍ତ ୪ଟି ଇଭେଂଟ ପାଇଁ ଚୁକ୍ତି କରାଯାଇଥିଲେ ମଧ୍ୟ ଏ ବାବଦକୁ ଅତିରିକ୍ତ ଅର୍ଥ ଯାହାର ଆନୂମାନିକ ମୂଲ୍ୟ ୨୪ କୋଟି ଟଙ୍କା ହେବ ଦିଆଯାଇନି । ଆଇଓଏ ଅଧିକାରୀ ଅଜୟ କୁମାର ନାରଙ୍ଗଙ୍କ ଅନୁସାରେ ଟେଣ୍ଡରରେ ସାମାନ୍ୟ ତ୍ରୁଟି ଯୋଗୁ ଚୁକ୍ତିକୁ ପୂନର୍ବାର କରାଯାଇଥିଲା । ସେହିପରି ପ୍ରତ୍ୟେକ ଇଭେଂଟ ପାଇଁ ୬ କୋଟି ଧାର୍ଯ୍ୟ କରାଯାଇ ନଥିଲା । ଇଭେଂଟର ଚାହିଦା ଉପରେ ଏହାକୁ ନିର୍ଦ୍ଧାରିତ କରାଯାଏ ।

Leave A Reply

Your email address will not be published.