Latest Odisha News

ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସିନିୟର ପୁରୁଷ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ୪-୧ ଗୋଲରେ ପରାସ୍ତ କରି ସୁନ୍ଦରଗଡ ସ୍ୱର୍ଣ୍ଣ ପଦକ ଜିିତିଛି । ଦେଓଗଡକୁ ୪-୨ରେ ହରାଇ ଗାଙ୍ଗପୁର ହକି ଆସୋସିଏଶନ ବ୍ରୋଞ୍ଜ ପଦକ ହାସଲ କରିଛି । ଉଦଯାପନୀ କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ଗୋଚ୍ଛାୟତ, ସୁଧା ପ୍ରଧାନ, ସୁଦୀପ୍ତା ନାୟକ, ସନାତନ ସାହୁ, କାଳୁଚରଣ ଚୌଧୁରୀ , ବିଜେ କାରିୟପ୍ପା, ଭାରତ ସିଏଚ ସାହୁ ଓ ଲୁସେଲା ଏକ୍କା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଚାମ୍ପିୟନ ସୁନ୍ଦରଗଡ ଟିମ ୩୦୦୦୦ ପୁରସ୍କାର ରାଶି ସହ ଟ୍ରଫି ହାତେଇଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ବିଜୁ ଏକ୍କାଙ୍କୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଘୋଷଣା କରାଯାଇଥିଲା । ସୁନୀଲ ଟପ୍ପୋ ଶ୍ରେଷ୍ଠ ଫରୱାର୍ଡ, ସୁରିନ ସଞ୍ଜୟ କୁମାର ଶ୍ରେଷ୍ଠ ମିଡଫିଲ୍ଡର, କେରୋବିନ ଲାକ୍ରା ଶ୍ରେଷ୍ଠ ଡିଫେଣ୍ଡର ଓ ଏସଏ ଦିଲୀପ କୁମାର ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ ।

Leave A Reply

Your email address will not be published.