Latest Odisha News

BREAKING NEWS

ଭୀମସାରରେ ଛାତ୍ର ସଂଘର୍ଷ, ୩ ଆହତ

ସମ୍ବଲପୁର: ବୁର୍ଲା ଭୀମସାରରେ ଛାତ୍ର ସଂଘର୍ଷ । ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି । ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍‌ । ହାଉସ୍‌ ସର୍ଜନଙ୍କ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ । ସେପଟେ ମାଡ଼ ପ୍ରତିବାଦରେ ହାଉସ୍‌ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରୀରେ ଭୀମସାର ପରିସରରେ ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପିଜି ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ ଭଳି ପରିସ୍ଥତି ଉପୁଜିଥିଲା । ତେବେ ସଂଘର୍ଷ ପଛରେ ପିଜି ଛାତ୍ରଙ୍କ ପୂର୍ବ ତିକ୍ତତା ଥିବା ନେଇ ସୂଚନା ମିଳିଛି । ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହାଉସ୍‌ ସର୍ଜନ । ସେପଟେ ପିଜି ଛାତ୍ର ସଂଘ ଏବଂ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପଟେ ଗଣ୍ଡଗୋଳ କଥାକୁ ସ୍ବୀକାର କରିଛନ୍ତି ଭୀମସାର ଭାରାପ୍ରାପ୍ତ ନିର୍ଦ୍ଦେଶକ । ଭୀମସାର ନିର୍ଦ୍ଦେଶକଙ୍କ ସହ ବୁର୍ଲା ଥାନା ଆଇଆଇସି, ଏସଡିପିଓ ଏବଂ ଛାତ୍ରମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର କୌଣସି ବାଡ ଫିଟିନଥିବା ବେଳେ ସମାଧାନ ପାଇଁ ବୁଝାସୁଝା କରାଯାଇଛି, କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଭୀମସାର ଭାରାପ୍ରାପ୍ତ ନିର୍ଦ୍ଦେଶକ ।

Comments are closed.