Latest Odisha News

ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୧ କୋଟି ୬୨ ଲକ୍ଷ ଟଙ୍କାର ଗଞ୍ଜେଇ

ଭୁବନେଶ୍ବର: ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮.୧୮ କେଜି ଗଂଜେଇ । ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା (DRI) । ଆନ୍ଧ୍ର ପ୍ରଦେଶରୁ ଭୁବନେଶ୍ବରକୁ ଆସୁଥିଲା ବେଳେ ଧରିଲା ଡିଆରଆଇ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ଏକ ଫଳ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ଜାଲ ବିଛାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗୋଟେ କାର୍ ଉକ୍ତ ଗଞ୍ଜେଇ ବୋଝେଇ ଟ୍ରକକୁ ଏସ୍କର୍ଟ ଦେଇ ଆଣୁଥିଲା। ସନ୍ଦେହରେ ପୂର୍ବରୁ ଛକି ବସିଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେକାର୍ ଏବଂ ଟ୍ରକ ଜାଣିପାରି ତୀବ୍ର ଗତିରେ ଗାଡି ଚଲେଇଥିଲେ । ଦ୍ରୁତ ଗତିରେ ଗାଡି ଚଲାଇବାରୁ ଟ୍ରକ୍‌ଟି ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା। ପରେ ସେଠାରେ କାରଟି ମଧ୍ୟ ଅଟକି ଯାଇଥିଲା। ଏହାପରେ ଡିଆରଆଇ କର୍ମଚାରୀମାନେ କାର୍‌ ଓ ଟ୍ରକ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକ୍ ଓ କାର୍‌ରୁ ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ କେଉଁଠୁ ଆସୁଥିଲା ଏବଂ କାହା ପାଖକୁ ଆସୁଥିଲା, ଏହାର ମାଷ୍ଟର ମାଇଣ୍ଡ କିଏ ଏନେଇ ସବିଶେଷ ତଥ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଡିଆରଆଇ ।

Leave A Reply

Your email address will not be published.