Latest Odisha News

ଆନ୍ଦୋଳନରୁ ଓହରିଲେ ଆର. ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ; କାଲି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ହଟିଛନ୍ତି ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି। ମଙ୍ଗଳବାର ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ।

ପ୍ରକାଶଥାଉକି, ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ ଆଦି ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣିବା ସହ ପରୀକ୍ଷା ବାତିଲ ଦାବିରେ ଲୋୟର ପିଏମଜୀରେ ବିକ୍ଷୋଭ କରୁଥିଲେ ପରୀକ୍ଷାର୍ଥୀ। ଓଏସଏସଏସସି ବିରୋଧରେ ଏକାଠି ହୋଇ ପରୀକ୍ଷା ବାତିଲ ପାଇଁ ନାରାବାଜି କରିଥିଲେ ହଜାର ହଜାର ପରୀକ୍ଷାର୍ଥୀ I ପୁନଃପରୀକ୍ଷା ସହ ହୋଇଥିବା ତ୍ରୁଟିର ତଦନ୍ତ ପାଇଁ ଦାବି କରିଥିଲେ ପରୀକ୍ଷାର୍ଥୀ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଆର.ଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ପଦବୀ ପୁରଣ ପାଇଁ  କମ୍ପ୍ୟୁଟର ବେସ ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ବ ଆଶାୟୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ପରୀକ୍ଷା ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ଟି ସେଣ୍ଟରରେ କରାଯିବାକୁ ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ଅନେକ ପରୀକ୍ଷା କେନ୍ଦ୍ରରେ ଗୁରୁତର ବିଭ୍ରାଟ ସାମ୍ନାକୁ ଆସିଥିଲା। ସେବେଠାରୁ ପରୀକ୍ଷାର୍ଥୀମାନେ ଏହି ପରିକ୍ଷାକୁ ବାତିଲ କରିବା ସହ ପୁନଃପରୀକ୍ଷା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି।

Leave A Reply

Your email address will not be published.