Latest Odisha News

‘ମାଳଦ୍ବୀପ ଏପରି କିଛି କରିବ ନାହିଁ ଯେଉଁଥିରେ ଭାରତ ବିପଦରେ ପଡିବ’

ନୂଆଦିଲ୍ଲୀ: ଭାରତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ତାଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଆସିଛନ୍ତି । ସେ ଚାରି ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି ।

ଏହାପରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପୋଷ୍ଟ ଜାରି ହୋଇଛି । ଏଥିରେ ଲେଖାଯାଇଛି ଯେ, ମାଳଦ୍ବୀପ ଦେଶ କଦାପି ଏପରି କରିବ ନାହିଁ ଯାହା ଭାରତର ସୁରକ୍ଷାକୁ କ୍ଷତି ପହଞ୍ଚାଇବ’ ।

ମୁଇଜୁ ସରକାର ମାଳଦ୍ୱୀପରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି, ସେ ଭାରତ ସହ ଦେଶର ସମ୍ପର୍କକୁ ପୁନଃ ଦୃଢ କରିବାକୁ ଯାଉଛନ୍ତି । ଚୀନ୍‌ର ନିକଟତର କୁହାଯାଉଥିବା ମୁଇଜୁ କହିଛନ୍ତି ଯେ, ଚୀନ୍‌ ସହ ଦେଶର ସମ୍ପର୍କ ଭାରତର ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ।

ତାଙ୍କ ପୋଷ୍ଟରେ ଆହୁରି ଲେଖାଅଛି, ପ୍ରଧାନମନ୍ତ୍ରୀ ମୋଦି, ଭାରତ ସରକାର ଏବଂ ଭାରତବାସୀଙ୍କୁ ଗତ କିଛି ବର୍ଷ ମଧ୍ୟରେ ମାଳଦ୍ୱୀପକୁ ଦିଆଯାଇଥିବା ଉଦାର ସହାୟତା ପାଇଁ ମୁଁ ଧନ୍ୟବାଦ ଜଣାଉଛି ।

ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ମୁଇଜୁ କହିଛନ୍ତି, ଭାରତ ଆମ ଦେଶର ଏକ ପ୍ରତିବଦ୍ଧ ବନ୍ଧୁ ତଥା ଆମ ଅଞ୍ଚଳରେ ଶାନ୍ତି ଏବଂ ବିକାଶର ଆମର ସହଭାଗୀ ଦୃଷ୍ଟିକୋଣ ରହିବ । କୂଟନୈତିକ ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରିବାକୁ ସେ ଆସନ୍ତା ବର୍ଷ ମାଳଦ୍ୱୀପ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସଙ୍କଟ ସମୟରେ ମାଳଦ୍ୱୀପ ପାଇଁ ଭାରତ ପ୍ରଥମେ ଛିଡା ହୋଇଛି, ଏହା ମହାମାରୀ ହେଉ କିମ୍ବା ପାନୀୟ ଜଳର ଅଭାବ । ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ସେମାନେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.