Latest Odisha News

ଓପିଏସସି ଅଧ୍ୟକ୍ଷ ଭାର ଗ୍ରହଣ କଲେ ଅରୁଣ ଷଡଙ୍ଗୀ

କଟକ: ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ଓପିଏସ୍ସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ । ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ସେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ତେବେ ଗତକାଲି ସେ ରାଜ୍ୟ ପୋଲିସ୍ ପ୍ରଶାସନ ଡିଜିପି ଭାବେ ଭିଆରସ ନେଇଥିବା ବେଳେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ତେବେ ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏବେ ଅରୁଣ ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ତେବେ ଏହାକୁ ନେଇ ଅରୁଣ କହିଛନ୍ତି, ପରୀକ୍ଷାରେ ସ୍ବଚ୍ଛତା ଏବଂ ସଠିକ୍ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯିବ । ଯେମିତି ଓପିଏସସିକୁ ନେଇ କେହି ପ୍ରଶ୍ନ ଉଠାଇବେ ନାହିଁ ତାହା ଉପରେ ଗୁରୁତ୍ବାରୋପ କରାଯିବ । ତେବେ ୟୁନିଫର୍ମକୁ ସେ ବହୁତ ମନେ ପକାଇବେ ବୋଲି କହିଛନ୍ତି ଅରୁଣ ।

Leave A Reply

Your email address will not be published.