Latest Odisha News

ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ ର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଜନସାଧାରଣ ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି। ଜମ୍ମୁ କାଶ୍ମୀରରେ ବେକାରୀ, ଦରଦାମ ବଢିବା ଏବଂ ନିଶା କାରବାରକୁ ଦୂର କରିବା ପାଇଁ ଆମେ କାର୍ଯ୍ୟ କରିବୁ।

ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍‌ରେ ହୋଇଛି ନିର୍ବାଚନ।

Comments are closed.