Latest Odisha News

ଇରାନ-ଇସ୍ରାଏଲ ଯୁଦ୍ଧରେ ଦେଖା ଦେବନି ତୈଳ ସଂକଟ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଦେଖା ଦେବନି ତୈଳ ସଂକଟ। ଖର୍ଚ୍ଚ ତୁଳନାରେ ସାରା ବିଶ୍ୱରେ ଷ୍ଟକ୍ ରହିଛି ଯଥେଷ୍ଟ ପରିମାଣର ତୈଳ। ତେଣୁ ଯୁଦ୍ଧ କାରଣରୁ ଭାରତରେ କୌଣସି ସମସ୍ୟା ଦେଖା ଦେବନାହିଁ। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ଯଦି କୌଣସି ପକ୍ଷ ତୈଳ ରପ୍ତାନୀ ଉପରେ କଟକଣା ଲଗାଇଲେ ତେବେ ବଜାରରେ ଅନ୍ୟ ତୈଳ ରପ୍ତାନୀକାରିମାନେ ମଧ୍ୟ ଅଛନ୍ତି। ଭାରତ ପାଇଁ ଅନ୍ୟ ତୈଳ ବଜାରରୁ ତେଲ କିଣିବାକୁ ଅନେକ ସୁଯୋଗ ରହିଛି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ଭାରତ ୨୭ ଜଣ ରପ୍ତାନୀକାରି ଦେଶ ଠାରୁ ଠାରୁ ତେଲ କିଣୁଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୩୯ ରେ ପହଞ୍ଚିଛି । ତେଲ କିଣିବାକୁ ଭାରତ ପାଖରେ ଏକାଧିକ ବିକଳ୍ପ ରହିଛି।

ପ୍ରକୃତରେ ଇରାନ୍ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ଼୍ ଅଏଲ ଦର ଦ୍ରୁତ ଗତିରେ ବଢ଼ିଛି। ଯଦି ଇରାନର ଜବାବରେ ଇସ୍ରାଏଲ ଆକ୍ରମଣ କରେ ତେବେ ତୈଳ ସଂକଟ ଦେଖା ଦେଇପାରେ ବୋଲି ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

Leave A Reply

Your email address will not be published.