Latest Odisha News

‘ଓଡ଼ିଶା ଏଫସି’ ଆରମ୍ଭ କଲା ଗ୍ରାସରୁଟ୍ ଫୁଟବଲ ବିକାଶ କାର୍ଯ୍ୟକ୍ରମ; ସାଇ ଇଣ୍ଟରନ୍ୟାସନାଲ୍ ହେଲା ପାର୍ଟନର୍

ଭୁବନେଶ୍ୱର: ଓଡ଼ିଶା ଏଫସି ସୋମବାର ଦିନ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛି ଗ୍ରାସରୁଟ୍ ଲେବଲ୍ କାର୍ଯ୍ୟକ୍ରମ । ରାଜଧାନୀସ୍ଥ୍ିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍ ସିଇଓ ମାର୍ଟିନ ବେନ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଆସନ୍ତା ୫ ବର୍ଷ ସକାଶେ ଓଡ଼ିଶା ଏଫସିର ତୃଣମୂଳ କାର୍ଯ୍ୟକ୍ରମ ସହାୟକ ଭାବରେ ସାଇ ଇଣ୍ଟରନ୍ୟାସନାଲକୁ ଘୋଷଣା କରାଯାଇଥିଲା । ଏହି ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଅଧିନରେ ଫୁଟବଲ ଉତ୍ସବ, ବିଭିନ୍ନ ସାହିରେ ପ୍ରତିଯୋଗିତାର ଆୟୋଜନ ଏବଂ କୋଚ୍‍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ।

ଏହି ଅବସରରେ କ୍ରୀଡ଼ା ସଚିବ ବିଶାଲ ଦେବ କହିଥିଲେ “ଗତ ୩ ବର୍ଷ ଧରି ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା ଆରମ୍ଭ ଯାତ୍ରା ବେଶ୍ ଉତ୍ସାହଜନକ ରହିଛି । ଓଡ଼ିଶା ଏଫସିର ଏହି କାର୍ଯ୍ୟକ୍ରମ ଅନେକ ଯୁବବର୍ଗଙ୍କ କ୍ରୀଡ଼ା ବିକଶିତ ହେବାର ସୁଯୋଗ ସୁଯୋଗ ସୃଷ୍ଟି କରିବ” ବୋଲି ସେ କହିଛନ୍ତି ।

ଏହି ଉତ୍ସବରେ ଓଡ଼ିଶା ଏଫସି ମାଲିକ ରୋହନ ଶର୍ମା, ସିଇଓ ଆଶିଷ ସାହା ଏବଂ ମୁଖ୍ୟ କୋଚ୍ ଜୋଶେଫ ଗୋମ୍ବାଉ ମଧ୍ୟ ଯୋଗଦାନ କରିଥିଲେ । ଓଡ଼ିଶାର ଅନେକ ଜିଲ୍ଲାରୁ ପ୍ରାୟ ୧୦୦ଟି ସ୍କୁଲର କ୍ରୀଡ଼ା ଶିକ୍ଷକମାନେ ଆଜି ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Comments are closed.