Latest Odisha News

ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ।

ଖବର ମୁତାବକ, ସ୍ମୃତିରଞ୍ଜନ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ । ସେ ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ମାଗଣା ଔଷଧ ପାଇଁ ଜଣେ ରୋଗୀଙ୍କ ପୁଅଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଭିଜିଲାନ୍ସ ଟିମ୍କୁ ଜଣାଇଥିଲେ ।

ପୂର୍ବ ଯୋଜନା ମୁତାବକ, ଡାଟା ଏଣ୍ଟ୍ରି ଅପରେଟର ଜଣକ ଲାଞ୍ଚ ନେଉଥିବାବେଳେ, ଧରିଥିଲା ଭିଜିଲାନ୍ସ ବିଭାଗ । ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ୩୦/୨୪ରେ ଏକ ମାମଲା ରୁଜୁ ହୋଇଛି । ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି । ଏଥିସହ ଅଧିକ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି ।

Leave A Reply

Your email address will not be published.