Latest Odisha News

ରତନ ଟାଟାଙ୍କ ଦେହାନ୍ତ ଖବର ପାଇଁ କନସର୍ଟ ବନ୍ଦ କରିଦେଲେ ଦିଲଜିତ୍

ମୁମ୍ଵାଇ: ଭାରତର ପ୍ରମୁଖ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ଶିଳ୍ପ ସେବା ସହିତ ସାମାଜିକ ସେବା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରତନ ଟାଟାଙ୍କ ଦେହାନ୍ତ ଦେଶବ୍ୟାପୀ ଲୋକଙ୍କୁ ଚକିତ କରିଛି। ଅନ୍ୟପଟେ ରତନ ଟାଟାଙ୍କ ଦେହାନ୍ତ ଖବର ପାଇବା ପରେ ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ କନସର୍ଟ ବନ୍ଦ କରିଦେଇଛନ୍ତି।

ସୂଚନା ଅନୁସାରେ ବୁଧବାର ରାତିରେ କଲେଜର୍ମାନୀରେ ପରଫର୍ମ କରୁଥିଲେ ଦିଲଜିତ୍। ଏହାରି ମଧ୍ୟରେ ସେ ରତନଙ୍କ ଦେହାନ୍ତ ଖବର ପାଇଥିଲେ। ସେ ହଠାତ୍‌ ତାଙ୍କର କନସର୍ଟ ବନ୍ଦ କରି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଏବଂ ତାଙ୍କ ବିଷୟରେ ଆଲୋଚନା କରିଥିଲେ। କନସର୍ଟ ବନ୍ଦ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦିଲଜିତ କହିଛନ୍ତି,’ଆପଣ ରତନ ଟାଟା ଜୀ ବିଷୟରେ ସବୁକିଛି ଜାଣିଛନ୍ତି। ତାଙ୍କର ଦେହାନ୍ତ ହୋଇଛି। ଆମ ପାଖରୁ ତାଙ୍କୁ ଏକ ଛୋଟ ଶ୍ରଦ୍ଧାଞ୍ଜଳି । ଆଜି ମୁଁ ତାଙ୍କ ନାମ ନେବା ଜରୁରୀ ବୋଲି ଅନୁଭବ କଲି କାରଣ ସେ ତାଙ୍କ ଜୀବନରେ ସର୍ବଦା ବହୁତ ପରିଶ୍ରମ କରିଥିଲେ।’

ରତନ ଟାଟାଙ୍କ ଜୀବନକୁ ଏକ ପ୍ରେରଣା ଭାବରେ ବର୍ଣ୍ଣନା କରି ଦିଲଜିତ୍। ତାଙ୍କ ଜୀବନରେ ସେ ସର୍ବଦା କଠିନ ପରିଶ୍ରମ କରିଥିଲେ। ଲୋକଙ୍କ ପାଇଁ ଉପଯୋଗୀ ଥିଲେ। ଆମେ ତାଙ୍କ ଜୀବନରୁ କିଛି ଶିଖିବା, ତା’ହେଲେ ଆମେ କିଛି କରିପାରିବା ବୋଲି କହିଥିଲେ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ।

 

Leave A Reply

Your email address will not be published.