Latest Odisha News

ଗଧକୁ ନେଇ ଅଡୁଆରେ ‘ବିଗ୍ ବସ୍’, ସଲମାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇଛି ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର। ଏଥର ସୋ’ରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ଏଥର ବି ସୋ’କୁ ସଲମାନ ଖାନ ହୋଷ୍ଟ କରୁଛନ୍ତି। କିନ୍ତୁ ଚଳିତ ସିଜିନରେ ସୋ ନେଇ ବଡ଼ ମଜାଦାର କରାଯାଇଛି। କାରଣ ଏଥର ସୋ’ ରେ ଏକ ଗଧକୁ ବି ସାମିଲ କରାଯାଇଛି। କିନ୍ତି ଏହି ଗଧ ପାଇଁ ସମସ୍ୟା ଉପୁଜିଛି। କୁହାଯାଉଛି ପ୍ୟୁପିଲ ଫର ଦି ଇଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ (ପେଟା) ସୋ ମେକରଙ୍କୁ ଲିଗାଲ ନୋଟିସ୍ ପଠାଇଛି।

ସୋ’ ଆରମ୍ଭରେ ଗଧକୁ ‘ଗଧରାଜ’ ଭାବେ ଇଣ୍ଟରଡକ୍ସନ କରାଯାଇଛି। ଯାହାକୁ ନେଇ ପେଟା ଆପତ୍ତି କରିଛି ସାଙ୍ଗକୁ କାର୍ଯ୍ୟକ୍ରମରୁ ଗଧକୁ ହଟାଇବାକୁ ବି ଅନୁରୋଧ କରିଛି। ଏଥର ବିଗବସ୍‌ରେ ଜଣକଠୁ ବଳି ଜଣେ କଣ୍ଟେଷ୍ଟାଣ୍ଟ ଅଛନ୍ତି। ତେବେ ପ୍ରତି ଥର ଭଳି ଏଥର କେହି ଜଣେ ବିଜେତା ହେବେ। ସୋ’ର ନିୟମ ଅନୁସାରେ କିଛି କଣ୍ଟେଷ୍ଟାଣ୍ଟଙ୍କ ପଇସା ବି କଟିବ। ସେହିପରି ଫିନାଲେ ପୂର୍ବରୁ କେତେକ କଣ୍ଟେଷ୍ଟାଣ୍ଟ ପଇସା ନେଇ ବାହାରିଯିବେ। ତେବେ ଯାହା ବି ହେବ ୧୦୫ ଦିନ ପରେ ଜଣାପଡିବ।

ସେହିପରି ଚଳିତଥର ମେକର୍ସ ପ୍ରାଇଜ ମନି ବାବଦରେ ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତେବେ ଏହି ପ୍ରାଇଜ ମନି ଲଗାତାର ହ୍ରାସ ହେବାରେ ଲାଗିଛି। ହେଲେ ଅନେକ ଥର କୌଣସି ଟାସ୍କକୁ ନେଇ ସୋ ରେ ପୁରସ୍କାର କମ ବହୁତ ବି ହୁଏ। କିନ୍ତୁ ଏଥିରେ କୁହାଯାଉଥିବା ରାଶି ବି ଚୂଡ଼ାନ୍ତ ନୁହେଁ। ଅନେକ କ୍ଷେତ୍ରରେ ଦେଖାଯାଇଛି ସୋ ମଝିରେ ପ୍ରତିଯୋଗୀ ପଇସା ନେଇ ସୋ ଛାଡି ପଳେଇଛନ୍ତି।

 

Leave A Reply

Your email address will not be published.