Latest Odisha News

ମଣ୍ଡପରୁ ଲୁଟି ନେଲେ ସୁନା ଅଳଙ୍କାର

ଯାଜପୁର: ମଣ୍ଡପରୁ ଲୁଟିନେଲେ । ମଣ୍ଡପରେ ମା’ ଦୁର୍ଗାଙ୍କର ସୁନା ଓ ରୂପା ସଜ୍ଜିତ ପ୍ରତିମୂର୍ତ୍ତି ଝଲସୁଥିବା ବେଳେ ଏବେ ଯାଜପୁରରୁ ଆସିଛି ମଣ୍ଡପରୁ ଲୁଟେରା ଆତଙ୍କ। ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

ଯାଜପୁର କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହିରେ ପୂଜା ମଣ୍ଡପରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ପୋଲିସ୍ ତଦନ୍ତ ଚଳାଇଛି । ତେବେ ଗତକାଲି ମହାଅଷ୍ଟମୀ ରାତିରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ମଧ୍ୟ ଅଳଙ୍କାର ଲୁଟ୍ କରାଯାଇଛି । ପାଖାପାଖି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ପୂଜା କମିଟି ।

Leave A Reply

Your email address will not be published.