Latest Odisha News

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ।

ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ରକ୍ଷାକରି ମୁଖ୍ୟମନ୍ତ୍ରୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି ।

ଖବର ମୁତାବକ, ଆଜି ଅପରାହ୍ନ ୩ଟା ୫୦ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚାଟାର ପ୍ଲେନ୍‌ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ନ ୪ଟା ୩୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କେନ୍ଦୁଝର ସର୍କିଟ ହାଉସ୍‌ରେ ପହଞ୍ଚିବେ ।

ଏହା ପରେ ନବମୀ ଓ ଦଶମୀ ଦିନ ବିଭିନ୍ନ ପୂଜା ମଣ୍ଡପ ସାରି କେନ୍ଦୁଝର ସର୍କିଟ୍‌ ହାଉସ୍‌ ରେ ରାତ୍ରି ଯାଯାପନ କରି ସୋମବାର ଚାଟାର ପ୍ଲେନ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରିବେ ।

Leave A Reply

Your email address will not be published.