Latest Odisha News

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ ।

ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି ମଧ୍ୟରେ ଏକପ୍ରକାର ଯେମିତି ପ୍ରତିଯୋଗିତା ଲାଗି ରୁହେ । ପ୍ରତିଥରର ମେଢ ହେଉକି ତୋରଣ ଯେମିତି ସମସ୍ତଙ୍କ ଠାରୁ ଟିକେ ହଟକେ କରିବା ତାହାକୁ ନେଇ ନିଜର ପାରୁପର୍ଯ୍ୟନ୍ତ ଲାଗି ପଡନ୍ତି ପୂଜା କମିଟି ସଦସ୍ୟ । ଏଥିପାଇଁ ଶହଶହ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଆପଣ ଶୁଣିଲେ ଆଶ୍ବର୍ଯ୍ୟ ହେବେ, ଏଥର ମାଙ୍କ ଆବାହନ ପାଇଁ ଦ୍ବୈତ ନଗରୀର ପୂଜା କମିଟିମାନେ ୬ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଅର୍ଥାତ୍ ଚଳିତ ବର୍ଷର ଦୁର୍ଗାପୂଜା ବଜେଟ ୬ ଶହ କୋଟି ଟପିଛି ।

ତେବେ କଟକରେ ପ୍ରତିବର୍ଷ ମେଢ ସଂଖ୍ୟା ବୃଦ୍ଧି ମଧ୍ୟ ପାଇବାରେ ଲାଗିଛି । ଚଳିତ ବର୍ଷ ମେଢ ସଂଖ୍ୟା ୩୪ରେ ପହଞ୍ଚିଛି । ସୁନା ରୂପା ଚାନ୍ଦି ମେଢରେ ଝଲସୁଛି ରୌପ୍ୟନଗରୀ କଟକ । ତେବେ କଟକରେ ପ୍ରଥମ ଚାନ୍ଦିମେଢ ୧୯୫୬ ମସିହାରେ ଚୌଧୁରୀ ବଜାରରେ ଆରମ୍ଭ ହୋଇଥିଲା । ସେତେବେଳେ ପାଖାପାଖି ୪ କ୍ବିଣ୍ଟାଲ ଚାନ୍ଦିରେ ପ୍ରସ୍ତୁତ ହୋଇଥିଲା ପ୍ରଥମ ଚାନ୍ଦିମେଢ । ତା ପରେ ପରେ ମାଙ୍କୁ ସୁନା ଓ ରୂପା ଅଳଙ୍କାର ଉଭୟରେ ସୁଜ୍ଜିତ କରାଗଲା । ତେବେ ଏଥର ଚୌଧୁରୀ ବଜାରରେ ୪୦ କେଜି ସୁନା ଅଳଙ୍କାରରେ ଝଲସୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ।

ତେବେ ଗତଥର ଅପେକ୍ଷା ଏଥର କଟକରେ ପୂଜା ବଜେଟ୍ ୩୦ ପ୍ରତିଶତ ବଢିଛି । ଗତବର୍ଷ ପୂଜର ବଜେଟ୍ ୨୫୦ କୋଟି ଥିବା ବେଳେ ଏଥର ୩୨୫ କୋଟି ଖର୍ଚ୍ଚ ହୋଇଛି । ଗତଥର ୩୨ଟି ସୁନା ଚାନ୍ଦି ମେଢ ଥିବା ବେଳେ ଏଥିର ଏହାର ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ମୋଟ ୧୭୬ଟି ମେଡ କରାଯାଇଛି ।

ତେବେ କଟକରେ ମେଢକୁ ଯେତେ ଗୁରୁତ୍ବ ଦିଆଯାଏ ଭୁବନେଶ୍ବରରେ ତୋରଣ ଉପରେ ଯେତେ ପ୍ରାଧାନ୍ୟ ରଖାଯାଏ । ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର ମସଜିଦ୍ ସବୁକୁ ବିଭିନ୍ନ ତୋରଣ ଆକାରରେ ପ୍ରତିଫଳିତ କରନ୍ତି ରାଜଧାନୀ ପୂଜା କମିଟିମାନେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜଧାନୀରେ ତୋରଣ ସଜ୍ଜା ଦୃଷ୍ଟି ଆକର୍ଷଣ କରୁଛି । ପୁରୁଣା ଷ୍ଟେସନ୍ ବଜାର, ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଓ ଗଙ୍ଗନଗର, ଡମଣା ପୂଜା ମଣ୍ଡପରେ ଅତି ଆକର୍ଷଣୀୟ ତୋରଣ କରାଯାଇଛି। ତେବେ ଏଥର ପୂଜା ବଜେଟରେ ସହିଦନଗର ପୂଜା କମିଟି କୋଟିଏ ଟଙ୍କା ଅଟକଳ କରିଥିବା ବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ୮୦ ଲକ୍ଷ, ଏବଂ ଡମଣାରେ ୩୦ରୁ ୫୦ ଲକ୍ଷ ଯଭ୍କା ତୋରଣ ନିର୍ମାଣରେ ଖର୍ଚ୍ଚ ହୋଇଛି । । ତେବେ ଭୁବନେଶ୍ୱରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବା ବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼। ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ ୨୫ ପ୍ରତିଶତ ବଢ଼ିଥିବା ବେଳେ ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି ପୂଜା ବଜେଟ୍ ।

Leave A Reply

Your email address will not be published.