Latest Odisha News

ରାବଣ ପୋଡ଼ି ଗାଥା: ଅଭିଶପ୍ତ ଥିଲେ ଲଙ୍କାଧିପତି….

ଭୁବନେଶ୍ୱର: ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ହିନ୍ଦୁ ପଞ୍ଚାଗ ଅନୁସାରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପଡେ। ମା’ ଙ୍କ ପୂଜାର ଶେଷ ଦିନ। ଏହିଦିନ ମା’ ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ପାପ ନାଶ କରିଥିଲେ।

ଆହୁରି ମଧ୍ୟ ପୌରାଣିକ କଥା ବସ୍ତୁ ଅନୁଯାୟୀ, ଏହି ଦିନ ଭଗବାନ ରାମ ମାତା ସୀତାଙ୍କୁ ରକ୍ଷା କରି ରାବଣର ବଦ୍ଧ କରିଥିଲେ। ଏଥିପାଇଁ ଏହିଦିନ ଲୋକମାନେ ଅସତ୍ୟ ବିରୁଦ୍ଧରେ ସତ୍ୟର ବିଜୟର ଉତ୍ସବ ମନାନ୍ତି।

ଏଥିସହିତ ଦଶହରାରେ କିଛି କିଛି ସ୍ଥାନରେ ରାମଲୀଳାର ମଧ୍ୟ ଆୟୋଜନ କରାଯାଇ ରାବଣ ପୋଡ଼ି କରାଯାଏ। ତେବେ ଆମେ ପିଲାଟି ବେଳୁ ଶୁଣିକି ଆସୁଛେ, ମାତା ସୀତାଙ୍କ ପାଇଁ ରାବଣର ମୃତ୍ୟୁ ହୋଇଥିଲା। ହେଲେ ବହୁତ୍ କମ୍ ଲୋକ ଜାଣନ୍ତି କି ରାବଣକୁ ମିଳିଥିବା ଅଭିଶାପ ବି ତାଙ୍କ ମୃତ୍ୟୁର ଅନ୍ୟ ଏକ କାରଣ ଥିଲା।

ତେବେ ରାବଣକୁ ପ୍ରଥମ ଅଭିଶାପ ଶ୍ରୀରାମଙ୍କ ବଂଶଧର ରାଜା ଅନରଣ୍ୟ ଦେଇଥିଲେ। ରାବଣ ବିଶ୍ବଯୁଦ୍ଧ ସମୟରେ ରାଜା ଅନରଣ୍ୟକୁ ପରାସ୍ତ କରିଥିବା ବେଳେ ମୃତ୍ୟୁ ପୂର୍ବରୁ ସେ ରାବଣକୁ ଅଭିଶାପ ଦେଇଥିଲେ ଯେ ତାଙ୍କର ବଂଶଧର ହାତରେ ହିଁ ରାବଣର ମୃତ୍ୟୁ ହେବ।

ଆଉ ମହାଦେବଙ୍କ ଭକ୍ତ ନନ୍ଦୀ ମଧ୍ୟ ରାବଣକୁ ଅଭିଶାପ ଦେଇଥିଲେ। ପୌରାଣିକ କିମ୍ବଦନ୍ତୀ ଅନୁସାରେ, ରାବଣ ମହାଦେବଙ୍କ ବଡ଼ ଭକ୍ତ ଥିଲା। ଥରେ ମହାଦେବଙ୍କୁ ଦର୍ଶନ ପାଇଁ ସେ କୈଳାସ ଯାଇ ପହଞ୍ଚିଥିଲା। ଆଉ ସେଠି ପ୍ରଭୁ ଶିବଙ୍କ ବାହନ ନନ୍ଦୀଙ୍କର ବଳଦ ଶରୀର ଆଉ ହନୁ ମୁଖକୁ ନେଇ ମଜାକ୍ ଉଡେଇଥିଲା ଅହଙ୍କାରୀ ରାବଣ। ଯେଉଁଥିରେ କ୍ଷୁବ୍ଧ ହୋଇ ନନ୍ଦୀ ରାବଣକୁ ଅଭିଶାପ ଦେଇଥିଲେ ଯେ ତାର ସର୍ବନାଶ ବି ବାନରଙ୍କ କାରଣରୁ ହିଁ ହେବ। ଆଉ ମଧ୍ୟ ମନ୍ଦୋଦରୀଙ୍କ ଭଉଣୀ ତାଙ୍କୁ କାମନା ବାସନା ହିଁ ରାବଣର ମୃତ୍ୟୁ ର କାରଣ ହେବ ବୋଲି ସେ କହିଥିଲେ। ସେହିପରି ନଳକୁବେର ମଧ୍ୟ ରାବଣକୁ ଅଭିଶାପ ଦେଇଥିଲେ। ଯାହାର ପରିଣାମ ସ୍ୱରୂପ ରାମଙ୍କ ହାତରେ ତାର ମୋକ୍ଷ ହେଲା। ସେହି ସତ୍ୟ ବିଜୟ ପାଇଁ ପ୍ରତିବର୍ଷ ରାବଣ ପୋଡ଼ି ଅନୁଷ୍ଠିତ ହୁଏ ।

Leave A Reply

Your email address will not be published.