Latest Odisha News

BREAKING NEWS

ପୁଣି ଷଡ଼ଯନ୍ତ୍ର: ଟ୍ରେଣ୍ଡ କରୁଛି ଟ୍ରାକରେ ସିଲିଣ୍ଡର୍ 

ରୁର୍‌କୀ: ଏବେ ଯେମିତି ଟ୍ରାକରେ ସିଲିଣ୍ଡର ପଡ଼ିବା ଟ୍ରେଣ୍ଡ କରୁଛି। ପୁଣି ଟ୍ରେନ୍‌ ଲାଇନ ଚ୍ୟୁତ ପାଇଁ  ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ରୁରକୀ ଧନନ୍ଧେରା ଟ୍ରେନ୍‌ ଲାଇନ୍‌ରୁ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି।

ଏକ ମାଲବାହୀ ଟ୍ରେନ୍‌ ସେହି ଟ୍ରାକ ଦେଇ ଯାଉଥିବା ବେଳେ ଲୋକୋ ପାଇଲଟଙ୍କ ଦୃଷ୍ଟିକୁ ସିଲିଣ୍ଡରଟି ଆସିଥିଲା। ଲଣ୍ଡଉରା ଓ ଧନନ୍ଧେରା ମଝିରେ ଠାବ ହେଲା ଗ୍ୟାସ୍‌ ସିଲିଣ୍ଡର। ଲୋକୋ ପାଇଲଟଙ୍କ ସୂଚନା ଆଧାରରେ ପଏଣ୍ଟସମ୍ୟାନ୍‌ ପହଞ୍ଚି ସିଲିଣ୍ଡର୍ ଟିକୁ ଯାଞ୍ଚ ପରେ ସିଲିଣ୍ଡରଟିରେ ଗ୍ୟାସ୍‌ ନଥିବା ଜଣାପଡ଼ିଲା।

ତେବେ ପୂର୍ବରୁ ମଧ୍ୟ ବହୁବାର ରେଳ ଲାଇନରେ ଏଭାମି ଅନିୟମିତତା ଦେଖିବାକୁ ମିଳିଲାନି। ହେଲେ କିଏ କାହିଁକି ଏଭଳି କାଣ୍ଡ ଭିଆଉଛି ତାହାର କୌଣସି ପତ୍ତା ମିଳିନାହିଁ

Comments are closed.