Latest Odisha News

BREAKING NEWS

ଆସାମରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଗୌହାଟି: ଆସାମର ଗୌହାଟିରେ ଭୂକମ୍ପ ଝଟକା। ଆସାମର ଉତ୍ତର-କେନ୍ଦ୍ର କ୍ଷେତ୍ରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଉଦଲଗୁଡି ଜିଲ୍ଲାରେ ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା।। ଭୂକମ୍ପ ଝଟକା ସକାଳ ୭.୪୭ରେ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୫ କିଲୋମିଟର ଗଭୀରରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୌହାଟିର ପ୍ରାୟ ୧୦୫ କିଲୋମିଟର ଉତ୍ତରରେ ଏବଂ ଆସାମ-ଅରୁଣାଚଳ ପ୍ରଦେଶ ସୀମା ନିକଟରେ ତେଜପୁରଠାରୁ ୪୮ କିଲୋମିଟର ଦୂରରେ ଅବସ୍ଥିତ।

ନିକଟସ୍ଥ ଦରାଙ୍ଗ, ତମୁଲପୁର, ସୋନିତପୁର, କାମ୍ରୁପ ଏବଂ ବିଶ୍ୱନାଥ ଜିଲ୍ଲାର ଲୋକମାନେ ମଧ୍ୟ କମ୍ପନ ଅନୁଭବ କରିଥିଲେ। ବ୍ରହ୍ମପୁରର ଦକ୍ଷିଣ ପାର୍ଶ୍ୱରେ ଥିବା କାମ୍ରୁପ ମହାନଗର, ମୋରିଗାଓଁ ଏବଂ ନାଗାଓଁରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମ ଅରୁଣାଚଳ ପ୍ରଦେଶ ତଥା ପୂର୍ବ ଭୁଟାନର କେତେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।

 

Leave A Reply

Your email address will not be published.