Latest Odisha News

BREAKING NEWS

ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।

ସାଧାରଣ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମୌସୁମୀ ବିଦାୟ ନେବାର ପାଗ ଅନୁକୂଳ ରହିଛି। ରାଜ୍ୟରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷା ୧୦୯୨.୦ ପ୍ରତିଶତ ଅନୁଭବ ହୋଇଛି ଯାହା ୧୧୫୦.୨ % ତୁଳନା ରେ ୫ ପ୍ରତିଶତ କମ୍ ।

ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବ। ସେହିପରି ମହାରାଷ୍ଟ୍ର, ଛତିଶଗଡ଼ର ଆଉ କିଛି ଅଞ୍ଚଳ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ପୂଜାରେ ମେଘୁଆ ପାଗ ସହ କାଁ ଭାଁ ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ବିଶେଷ ନାହିଁ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ମୌସୁମୀ ଦୁର୍ବଳ ରହିଛି। ଆକାଶ ମେଘ ଶୂନ୍ୟ ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। କିଛି ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରେକର୍ଡ ହୋଇଛି। ‌ବଙ୍ଗୋପସାଗରରେ ଏକ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲାରେ ହାଲୁକା ବର୍ଷା ହୋଇପାରେ।

Leave A Reply

Your email address will not be published.