Latest Odisha News

ଅଜବ ପରମ୍ପରା, ଲୋକେ ପିଅନ୍ତି ମୃତବ୍ୟକ୍ତିଙ୍କ ପାଉଁଶରେ ପ୍ରସ୍ତୁତ ସୁପ୍

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପରମ୍ପରା ରହିଛି । ଦୁନିଆରେ ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କର ଭିନ୍ନ ଭିନ୍ନ ରୀତିନୀତି ରହିଛି । ସେହି ଜନଜାତି ମାନଙ୍କ ମଧ୍ୟରୁ ଅନେକଙ୍କର ଏପରି ପରମ୍ପରା ଥାଏ ଯାହା ସାଧାରଣତଃରେ ଅଦ୍ଭୁତ ଲାଗେ । ସେଗୁଡିକ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଜନଜାତିଙ୍କ ବିଷୟରେ କହିବୁ ଯେଉଁମାନେ ମୃତ୍ୟୁ ପରେ ଶବ ସହ ଏପରି କାର୍ଯ୍ୟ କରନ୍ତି ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜ୍ଞା ହଁ ଏହି ଜନଜାତିର ଲୋକମାନେ ମୃତ୍ୟୁ ପରେ ଶବକୁ ପୋଡିବା ପରେ ଯେଉଁ ପାଉଁଶ ବାହାରେ ସେହି ପାଉଁଶକୁ ସୁପ୍ କରି ପିଅନ୍ତି । ଦକ୍ଷିଣ ଆମେରିକାର ୟାନୋମାନି ଜନଜାତିର ଲୋକମାନେ ଶବଦାହ କରିବା ପରେ ଏହି ଅଦ୍ଭୁତ ପରମ୍ପରା ପାଳନ କରନ୍ତି । ଏହି ଜନଜାତିମାନେ ଦକ୍ଷିଣ ଆମେରିକାରେ ସାଧାରଣତଃ ଅଧିକ ମାତ୍ରାରେ ଦେଖିବାକୁ ମିଳନ୍ତି । ଏହି ଜନଜାତିର ଲୋକମାନେ ୟାନମ କିମ୍ବା ସେନେମା ନାମରେ ମଧ୍ୟ ଜଣାଶୁଣା । ତେବେ ଏହି ଜନଜାତିର ଲୋକମାନେ ବେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ ଦେଖିବାକୁ ମିଳନ୍ତି । ତେବେ କହିରଖୁଛୁ ଯେ ଏହି ଜନଜାତି ସଭ୍ୟତାର ବିକାଶରେ ବହୁ ପଛରେ ଅଛନ୍ତି ।

ଏଠାରେ ଥିବା ଲୋକମାନଙ୍କର ରୀତିନୀତି ପାଶ୍ଚାତ୍ୟ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏହି ଜନଜାତିଙ୍କର ଶେଷ ରୀତିନୀତି ପରମ୍ପରା ବିଶ୍ଵର ଦେଖାଯାଉଥିବା ଅନ୍ୟ ଜନଜାତି ମାନଙ୍କ ରୀତିନୀତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମୃତ୍ୟୁ ବରଣ କରୁଥିବା ସମ୍ପର୍କୀୟଙ୍କୁ ପ୍ରଥମେ ଗଛ, ଡାଳ, ପତ୍ର ଘୋଡାଇ ୩୦/୪୦ ଦିନ ରଖିବା ପରେ ସେହି ମୃତ ଦେହକୁ ଆଣି ପୋଡିଥାନ୍ତି । ମୃତଦେହକୁ ପୋଡିବା ପରେ ଯେଉଁ ପାଉଁଶ ବାହାରେ ସେହି ପାଉଁଶକୁ ସୁପ୍ କରି ପିଇଥାଆନ୍ତି ଏହି ଜନଜାତିର ଲୋକେ। ସେମାନଙ୍କର ଏହି ପରମ୍ପରାକୁ ଏଣ୍ଡୋକାନିବାଲିଜିମ୍ କୁହାଯାଏ । ସେମାନଙ୍କ ବିଶ୍ଵାସ ଯେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କ ଆତ୍ମାର ରକ୍ଷା କରିବା ଉଚିତ୍ । ସେମାନଙ୍କ ବିଶ୍ଵାସ ଯେ, ମୃତ ବ୍ୟକ୍ତିର ଆତ୍ମାକୁ ସେତେବେଳେ ଶାନ୍ତି ମିଳିବ ଯେତେବେଳେ ତା’ର ସମ୍ପର୍କିୟ ମୃତଦେହର ପାଉଁଶରେ ପ୍ରସ୍ତୁତ ସୁପ୍ ପିଇବ । ଏହି କାରଣରୁ ଏଠାକାର ଲୋକ ମାନେ ଏପରି ଅଜବ ରୀତିନୀତି ପାଳନ କରିଥାନ୍ତି ।

 

Leave A Reply

Your email address will not be published.