Latest Odisha News

ହିଜବୁଲ୍ଲା ପ୍ରତିଶୋଧ: ଗଲା ୪ ଇସ୍ରାଏଲ ସେନାଙ୍କ ଜୀବନ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆକ୍ରମଣ ପ୍ରତିଆକ୍ରମଣ ରୂପ ଏବେ ଧିରେ ଧିରେ କରାଳ ହେବାକୁ ଲାଗିଲାଣି । ଇସ୍ରାଏଲ, ଲେବାନନ୍ ଓ ହିଜବୁଲ୍ଲା ସଂଗଠନର ମୁଣ୍ଡିଆଳଙ୍କ ମୁଣ୍ଡ ନେବା ପରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା। ଇସ୍ରାଏଲ୍ ର ବିଭିନ୍ନ ସେନା କ୍ୟାମ୍ପ ଉପରେ ଅନମ୍ୟାନଡ ଏରିଆଲ ଭେଇକିଲ୍ ବା ୟୁଏଭି ଜରିଆରେ ବିସ୍ଫୋରଣ ଘଟାଇଛି ଆତଙ୍କୀ ସଂଗଠନ ହିଜବୁଲ୍ଲା। ଇସ୍ରାଏଲ ସେନା କ୍ୟାମ୍ପ ଉପରେ ଡ୍ରୋନ ଷ୍ଟ୍ରାଇକ ସହ ରକେଟ ମାଡ କରିଛି ହିଜବୁଲ୍ଲା । ଫଳରେ ଏହି ଆକ୍ରମଣରେ ଇସ୍ରାଏଲର ୪ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୬୦ରୁ ଅଧିକ ଆହତ ହୋଇଛନ୍ତି ।

ତେବେ ଗତବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ହିଜବୁଲ୍ଲା ଓ ଇସ୍ରାଏଲ ତୁତୁମେଁମେଁ ଏବେ ବିଶ୍ବ ଯୁଦ୍ଧର ରୂ ନେବାକୁ ବସିଲାଣି । ହିଜବୁଲ୍ଲାର ତୁଙ୍ଗ ନେତାଙ୍କ ମୃତ୍ୟୁ ପରେ ପୁଣି ଅଣ୍ଟା ସଳଖିଛି ହିଜବୁଲ୍ଲା । ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲକୁ ଜବାବୀ ଆକ୍ରମଣ କରିଛି । ତେଲ ଅଭିଭରୁ ୪୦ ମାଇଲ ଦୂର ଉତ୍ତର ପଟେ ଲେବାନିସ୍ ବଡର ସ୍ଥିତ ବିନ୍ୟାମିନା ସହରରେ ରକେଟ ସାଙ୍ଗକୁ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । ଏଥିରେ ଅନେକ ମୃତାହତ ହୋଇଥିବା ବେଳେ ୭ ଜଣ ସେନା ଗୁରୁତର ଆହତ ହୋଇଥିବା ସ୍ପଷ୍ଟ କରିଛି ଆଇଡିଏଫ । ଇସ୍ରାଏଲର ଜରୁରୀକାଳୀନ ସେବା, ମଗେନ୍ ଡାଭିଡ୍ ଆଡମ୍ ସୂଚନେ ଦେିଛନ୍ତି ମୋଟ ୬୧ ଜଣ ଆହତ ହୋଇଥିବା ବେଳେ ୪ ସେନାଙ୍କ ଜୀବନ ଯାଇଛି ।

ତେବେ ହିଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଡ୍ରୋନ୍ ଷ୍ଟ୍ରାଇକ୍ ଲେବାନନରେ ଇସ୍ରାଏଏ କରିଥିବା ଏୟାରଷ୍ଟ୍ରାଇକର ପ୍ରତିଉତ୍ତର ବୋଲି ସେ ସିଧା ସିଧା କହିଛି । ଯେଉଁଥିରେ ପାଖାପାଖି ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୭ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.