Latest Odisha News

BREAKING NEWS

ଆଇସିଜିର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ର 26ତମ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି l 35 ବର୍ଷରୁ ଉର୍ଦ୍ଧ କ୍ୟାରିଅର୍ ଭିତରେ ସେ ଉପକୂଳ ଏବଂ ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି l ମହାନିର୍ଦ୍ଦେଶକ ପରମେଶ ଶିବମଣି ନୌସଂଚାଳନା ଏବଂ ଦିଗ ନିର୍ଦେଶନରେ ପାରଦର୍ଶୀ ଅଟନ୍ତି l

ସେ କୋଷ୍ଟଗାର୍ଡ ଏରିଆ (ପୂର୍ବ), କୋଷ୍ଟଗାର୍ଡ ଏରିଆ (ପଶ୍ଚିମ), କୋଷ୍ଟଗାର୍ଡ କମାଣ୍ଡର (ପୂର୍ବ ତଟ)ର ଶୀର୍ଷ ପଦବୀରେ ରହି କାର୍ଯ୍ୟ ତୁଲାଇଥିଲେ l ସେ ନ୍ୟାସନାଲ ଡିଫେନ୍ସ କଲେଜ, ନୂଆଦିଲ୍ଲୀ ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ, ୱେଲିଙ୍ଗଟନ୍‌ର ପୂର୍ବତନ ଛାତ୍ର l ମହାନିର୍ଦ୍ଦେଶକ ପରମେଶ ଶିବାମଣିଙ୍କୁ ସେପ୍ଟେମ୍ବର 2022ରେ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀକୁ ଉନ୍ନୀତ କରାଯାଇଥିଲା ଏବଂ ପରେ ନୂଆଦିଲ୍ଲୀର କୋଷ୍ଟଗାର୍ଡ ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଅଗଷ୍ଟ 2024 ରେ ତାଙ୍କୁ କୋଷ୍ଟଗାର୍ଡର ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରିଥିଲେ l ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ 2014 ରେ ତଟରକ୍ଷକ ପଦକ ଏବଂ 2019 ରେ ରାଷ୍ଟ୍ରପତି ତଟରକ୍ଷକ ପଦକ ପ୍ରଦାନ କରାଯାଇଥିଲା । 2012ରେ ତାଙ୍କୁ ଡିଜି କୋଷ୍ଟଗାର୍ଡ ପ୍ରଶସ୍ତି ଏବଂ 2009 ରେ ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ପୂର୍ବ) ପ୍ରଶସ୍ତିରୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

 

Leave A Reply

Your email address will not be published.