Latest Odisha News

ପୋଲିସ ଗାଡି ଭଙ୍ଗାରୁଜା, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ଥାନା ଅଞ୍ଚଳରେ ଏବେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ତେବେ ଗତକାଲି ରାତିରେ ବିନିକା ଥାନା ଅନ୍ତର୍ଗତ ପାପୀ ଗ୍ରାମର ଆନନ୍ଦ ନଗର ଅଧିବାସୀ ଲୁଟେରା ଗ୍ୟାଙ୍ଗର ୩ ଜଣ ଯୁବକଙ୍କୁ କାବୁ କରି କ୍ଲବ ଘରେ ରଖିଥିଲେ l ଆଜି ସକାଳୁ କୌଣସି ସୂତ୍ରରୁ ବିନିକା ପୋଲିସ ଖବରପାଇ ଘଟଣାସ୍ଥଳକୁ ଯାଇ ଲୁଟେରା ମାନଙ୍କୁ ପୋଲିସ ହେପାଜତରେ ଥାନାକୁ ଆଣିବାକୁ ଚେଷ୍ଟା କରିଥିଲେ l କିନ୍ତୁ ପୋଲିସ ମଧ୍ୟ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି l

ଏମିତିକି ପୋଲିସ ଗାଡି ଭଙ୍ଗାରୁଜା କରିବା ସହିତ କେତେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ l ପରେ ପରିସ୍ଥିତି ଅସମ୍ଭାଳ ହେବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ । ଘଟଣାସ୍ଥଳରେ ସୁବର୍ଣ୍ଣପୁର ଉପଖଣ୍ଡ ଅଧିକାରୀ, ରାମପୁର ପୋଲିସ, ଲଛିପୁର ଥାନା ପୋଲିସ ଷ୍ଟାଫ୍ ପହଂଚି ପରିସ୍ଥିତିକୁ ଏକ ପ୍ରକାର ନିୟନ୍ତ୍ରଣ କରିଛନ୍ତି l

ଉତ୍ୟକ୍ତ ଗ୍ରାମବାସୀଙ୍କୁ ଥାନାକୁ ଆଣି ପରିସ୍ଥିତିକୁ ଶାନ୍ତ କରିପାରିଛି ପୋଲିସ l ଅପର ପକ୍ଷରେ ଯେପରି ଆଉ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେନେଇ ଘଟଣାସ୍ଥଳରେ ଆହୁରି ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି l

Comments are closed.