Latest Odisha News

ଅପମିଶ୍ରିତ ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ

ରାଉରକେଲା: ପୂର୍ବରୁ ତେଲ, ଘିଅ ଏପରି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଜିନିଷ ଅନେକ ସମୟରେ ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଆଇସକ୍ରିମ୍ ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ରାଉରକେଲା ଟାଉନ୍‌ରେ ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରି ମିଳିତ ଭାବେ ଠାବ କରିଛି ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ।

ରାଉରକେଲା ଟାଉନ୍‌ରେ ଥିବା ରେନବୋ ନାମକ ଆଇସକ୍ରିମ୍‌ ଫ୍ୟାକ୍ଟ୍ରି ରେ ଅପମିଶ୍ରଣ ଆଇସକ୍ରିମ୍‌ ତିଆରି ହେଉଥିବା ଅଭିଯୋଗ ହୋଇଥିଲା । ଯେପରିକି ଅତି ଦୁଷିତ ପରିବେଶ ସହ ଆଇସକ୍ରିମ୍‌ ରେ ପ୍ରସ୍ତୁତି ଓ ସମୟ ଅତିକ୍ରାନ୍ତ ତାରିଖ ରହୁନଥିଲା । ଏପରିକି ବ୍ୟାଚ୍‌ ନମ୍ୱର ମଧ୍ୟ ରହୁନଥିଲା ।

ଏହା ପୂର୍ବରୁ ମଧ୍ୟ ଉଭୟ ବିଭାଗ ପକ୍ଷରୁ ବର୍ଷେ ପୂର୍ବରୁ ଉକ୍ତ ଫ୍ୟାକ୍ଟ୍ରିକୁ ତାଗିଦ କରାଯାଇଥିଲା । ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଆଜି ମହାନଗର ନିଗମ ଓ ଫୁଡ୍‌ ସେଫ୍‌ ଟି ବିଭାଗ ମିଳିତ ଭାବେ ଚଢ଼ାଉ କରି ଫ୍ୟାକ୍ଟ୍ରିକୁ ସିଲ୍‌ କରିଛନ୍ତି ।

Leave A Reply

Your email address will not be published.