Latest Odisha News

BREAKING NEWS

ଅସୁରକ୍ଷିତ ରାଜଧାନୀ: ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର l କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ l ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ୍ l ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଇଞ୍ଜିନିୟର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଭାରତୀୟ ତଟ ସୁରକ୍ଷା ବା ଇଣ୍ଡିଆନ କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗତକାଲି ରାତିରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ଟ୍ରାଫିକ ସିଗନାଲରେ ଅଟକି ଥିଲେ । ସେତେବେଳେ ଡିଆଇଜିଙ୍କ କାର ସାମ୍ନାରେ ଏକ ବାଇକ ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ ଦୁଇ ଜଣ ଯୁବକ l ଏହାପରେ ଦୁଇ ଯୁବକ ଏବଂ ଡିଆଇଜିଙ୍କ ମଧ୍ୟରେ ବଚସା ହୋଇଥିଲା l ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଜଣେ ଗାଡିରୁ ଓହ୍ଲାଇ ଆସି ଡିଆଇଜିଙ୍କୁ ଅଶାଳୀନ ଭାବେ ଗାଳି ଗୁଲଜ କରିଥିଲା । ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ । ସେପଟେ ଖବର ପାଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ l ଏହାପରେ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର l ତେବେ ନିକଟ ଅତୀତରେ ଭରତପୁର ଥାନାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଡିଆଇଜିଙ୍କୁ ଦୁର୍ବ୍ୟହାର ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।

Leave A Reply

Your email address will not be published.