Latest Odisha News

BREAKING NEWS

ଖୁବଶୀଘ୍ର ଆୟୁଷ୍ମାନ ଭାରତ; ୩ କୋଟିରୁ ଅଧିକ ଲୋକ ହେବେ ସାମିଲ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଯେଉଁଥିରେ ୩କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏନେଇ ମନ୍ତ୍ରୀ କହିଛନ୍ତି, ମୋହନ ସରକାର ଆମ ରାଜ୍ୟରେ ଲାଗୁ ପାଇଁ ଘୋଷଣା କରି ସାରିଛନ୍ତି । ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଓ ମୋହନ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ମିଳିବ । ଉଭୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏହି କାର୍ଡରେ ପାଖାପାଖି ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ବ ଏହି ସୁବିଧା ପାଇବେ । ତେବେ ବର୍ତ୍ତମାନ ରାସନ କାର୍ଡ ପାଇଁ ଇ-କେୱାଇସି ଚାଲିଛି, ଏହା ସଂପୂର୍ଣ୍ଣ ହେବା ପରେ  ହିତାଧିକାରିଙ୍କ ସଂଖ୍ୟା ଜଣାପଡ଼ିବ । ତେବେ ବିଏସକେଓ୍ବାଇ ଯୋଜନାରେ ୯୫୭ ହସ୍ପିଟାଲ୍‌ରେ ସୁବିଧା ମିଳୁଥିଲା ବେଳେ ଏଣିକି ୨୭ ହଜାରରୁ ଊର୍ଦ୍ଧ୍ବ ଅନୁବନ୍ଧିତ ହସ୍ପିଟାଲ୍‌ରେ ଆୟୁଷ୍ମାନ ଭାରତ ସୁବିଧା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.