Latest Odisha News

BREAKING NEWS

ଏକ୍ସ ଆଣିଲା ବଡ ଅପଡେଟ: ଏଣିକି ବ୍ଲକ ହୋଇଥିବା ୟୁଜର୍ସ ବି ଦେଖିପାରିବେ ଆପଣଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଏକ୍ସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର l ଏକ୍ସରେ ଦମଦାର ଅପଡେଟ ଆଣିଛନ୍ତି ଏଲୋନ ମସ୍କ l ଏବେ ଆପଣଙ୍କୁ ଏକ୍ସରେ ବ୍ଲକ କରିଥିବା ବ୍ୟକ୍ତିର ପୋଷ୍ଟ ମଧ୍ୟ ଦେଖିପାରିବେ ଆପଣ l ଆଜ୍ଞା ହଁ ଏକ୍ସର ମାଲିକ ଏଲୋନ୍ ମସ୍କ ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଏକ୍ସର ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ରମାଗତ ଭାବରେ ଏକ୍ସରେ ବିଭିନ୍ନ ଆକର୍ଷଣୀୟ ଅପଡେଟ କରୁଛନ୍ତି l ଯାହାଦ୍ୱାରା ଏକ୍ସର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି l

ସୂଚନାଯୋଗ୍ୟ, ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ତା’ର ଉପଭୋକ୍ତାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଆଣିଛି l ଯାହାଦ୍ୱାରା ବ୍ଳକିଙ୍ଗ ଫିଚରକୁ କମ କରାଯାଇପାରିବ l ଏହି ନୂତନ ଅପଡେଟ ଅନୁସାରେ, ଯଦି ଜଣେ ଉପଭୋକ୍ତାମାନେ କୌଣସି ଏକ ପୋଷ୍ଟ କରୁଛନ୍ତି ଏବଂ ସେହି ପୋଷ୍ଟକୁ ପବ୍ଲିକ ସେଟିଙ୍ଗ କରିଛନ୍ତି ତେବେ ସେହି ପୋଷ୍ଟକୁ ସେହିମାନେ ମଧ୍ୟ ଦେଖିପାରିବେ ଯେଉଁମାନଙ୍କୁ ଉକ୍ତ ଉପଭୋକ୍ତା ଜଣଙ୍କ ବ୍ଲକ କରିଛନ୍ତି l ତେବେ କହିରଖୁଛୁ ଯେ ଏହି ଅପଡେଟ ଅନୁସାରେ ବ୍ଲକ ଉପଭୋକ୍ତା ଜଣଙ୍କ କେବଳ ପୋଷ୍ଟଟିକୁ ଦେଖିପାରିବେ l ସେଥିରେ ଲାଇକ, କମେଣ୍ଟ କି ସେୟାର କରିପାରିବେ ନାହିଁ l

ଏକ୍ସର ଇଞ୍ଜିନିୟରିଂ ଦଳ ତା’ର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛି l ତାଙ୍କ ସୂଚନା ଅନୁସାରେ ଯଦିଓ ଆପଣ ଏକ୍ସରେ କୌଣସି ପୋଷ୍ଟ ପବ୍ଲିକ ସେଟିଙ୍ଗରେ ସେୟାର କରୁଛନ୍ତି ତେବେ ଆପଣଙ୍କ ସ୍କ୍ରିନରେ ଏକ ନୋଟିଫିକେସନ ପପ୍ ଅପ୍ କରିବ l ଯେଉଁଥିରେ ଆପଣଙ୍କୁ ଏହି ଫିଚର ବିଷୟରେ ସୂଚନା ଦିଆଯିବ l ଏହି ଅପଡେଟ ଦ୍ୱାରା ବ୍ଲକ ହୋଇଥିବା ବ୍ୟକ୍ତି ବ୍ଲକ କରିଥିବା ବ୍ୟକ୍ତିର ପୋଷ୍ଟ ଦେଖିବାରେ ସକ୍ଷମ ହୋଇପାରିବ l ତେବେ ଆପଣ ଚାହିଁଲେ ଆପଣଙ୍କ ପୋଷ୍ଟ ‘ପ୍ରୋଟେକ୍ଟେଡ ପୋଷ୍ଟ’ ଫିଚର ସାହାର୍ଯ୍ୟରେ କେବଳ ସେଇମାନଙ୍କୁ ସେୟାର କରିପାରିବେ ଯେଉଁମାନଙ୍କୁ ଆପଣ ଫଲ କରିଥିବେ l ଏହାଦ୍ୱାରା ବ୍ଲକ କରିଥିବା ୟୁଜର୍ସ ଆପଣଙ୍କ ପୋଷ୍ଟ ଦେଖିପାରିବ ନାହିଁ l

Leave A Reply

Your email address will not be published.