Latest Odisha News

ପ୍ରଥମଥର ପାଇଁ ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର ଓ ଆର୍ ମାଧବନ

ମୁମ୍ବାଇ: ଶୁକ୍ରବାର ସି ଶଙ୍କରନ ନାୟରଙ୍କ ବାୟୋପିକ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଘୋଷଣା କରି ଧର୍ମା ପ୍ରଡକ୍ସନ୍ସ ସମସ୍ତଙ୍କୁ ସରପ୍ରାଇଜ୍ କରିଛି । କରଣ ଜୋହରଙ୍କ ଏହି ନୂଆ ଚଳଚ୍ଚିତ୍ରର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହି ଚଳଚ୍ଚିତ୍ରରେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ଜେନେରାଲ ଡାୟାରଙ୍କ ଭୂମିକାର ଅକୁହା କାହାଣୀ ଏବଂ ବ୍ରିଟିଶ ରାଜଙ୍କ ବିରୁଦ୍ଧରେ ସଂଗ୍ରାମର ଅବିସ୍ମରଣୀୟ କାହାଣୀ ଦର୍ଶାଯିବ ।

ଏହି ଚଳଚ୍ଚିତ୍ରରେ ବଲିଉଡର ଖିଲାଡିଷ୍ଚାର ଅକ୍ଷୟ କୁମାର, ଆର୍ ମାଧବନ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଅକ୍ଷୟ କୁମାର ଏବଂ ଆର ମାଧବନଙ୍କୁ ଏକାଠି ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ୍ସର ନୂତନ ବାୟୋପିକ୍ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି ।

ଅକ୍ଷୟ କୁମାର-ଆର୍ ମାଧବନଙ୍କ ଏହି ନୂଆ ଚଳଚ୍ଚିତ୍ର ୧୪ ମାର୍ଚ୍ଚ ୨୦୨୫ ରେ ବଡ ପରଦାରେ ଆସିବାକୁ ଯାଉଛି । କରଣ ସିଂ ତ୍ୟାଗିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଛି ଏବଂ ରଘୁ ପଲାତ ଏବଂ ପୁଷ୍ପା ପଲାତଙ୍କ ଦ୍ୱାରା ଲିଖିତ ‘ ଦ କେସ୍ ଦୈଟ ଶୁକ ଦ ଏମ୍ପାୟାର’ ଶୀର୍ଷକ ପୁସ୍ତକରୁ ଅନୁକରଣ କରାଯାଇଛି ।

ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ସି ଶଙ୍କରନ ନାୟର’ ଏକ ବାୟୋପିକ୍ ଯାହା ଦର୍ଶାଇବ ଯେ ଜାଲିନିଆନୱାଲା ହତ୍ୟାକାଣ୍ଡ ପରେ ୧୯୧୯ ମସିହାରେ ଶଙ୍କରନ ନାୟର ବାୟସରାୟ କାଉନସିଲରୁ କାହିଁକି ଇସ୍ତଫା ଦେଇଥିଲେ । କେବଳ ଏତିକି ନୁହେଁ, ସେ ବ୍ରିଟିଶ ସରକାର ବିରୋଧରେ ଲଢିଥିବା ସଂଗ୍ରାମର ଫଳାଫଳ କ’ଣ ଥିଲା?

ସି ଶଙ୍କରନ ନାୟାର କିଏ?

ଚେଟ୍ଟୁର ସଙ୍କରଣ ନାୟର ଜଣେ ଓକିଲ ତଥା ରାଜନେତା ଯିଏ ୧୯୦୬ ରୁ ୧୯୦୮ ପର୍ଯ୍ୟନ୍ତ ମାଡ୍ରାସର ଆଡଭୋକେଟ୍ ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ । ସେ ୧୮୯୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଚେଟ୍ଟୁର ନାୟର ୧୯୨୨ ରେ ଗାନ୍ଧୀ ଏବଂ ଏନାର୍କି ଲେଖିଥିଲେ । ତାଙ୍କ ଉପରେ ଏକ ବାୟୋପିକ୍ ଜୁନ୍ ୨୦୨୧ ରେ ଘୋଷଣା କରାଯାଇଥିଲା । ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ଶଙ୍କରନ ଜେନେରାଲ ଓ’ଡାୟରଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଅନେକ ମାମଲା ଦାୟର କରାଯାଇଥିଲା ।

Leave A Reply

Your email address will not be published.