Latest Odisha News

ଅଭିଶାପ ହେବ ସିନୱାର ମୃତ୍ୟୁ, ପଣବନ୍ଦୀଙ୍କୁ ଛାଡ଼ିବୁନି: ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି ହମାସ ଚିଫ୍ ୟାହୟା ସିନୱାର।  ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ହମାସ ସଂଗଠନ। ହମାସ ପକ୍ଷରୁ ସିନୱାର ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି। ହମାସ ଉପ ମୁଖ୍ୟ ଖଲିଲ ଅଲ ହାୟା ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ସେ ରୋକଠୋକ କହିଛନ୍ତି। ଗାଜାରେ ଆକ୍ରମଣ ବନ୍ଦ ହେବା ସହ  ଯେପର୍ଯ୍ୟନ୍ତ  ଇସ୍ରାଏଲ ସେନା ସଂପୂର୍ଣ୍ଣ ଭାବେ ଗାଜାରୁ ପ୍ରତ୍ୟାହୃତ ହୋଇ ନାହାନ୍ତି, ସେଯାଏ ପଣବନ୍ଦୀଙ୍କୁ ଖଲାସ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିନୱାରଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ହମାସ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କଲେ ଯୁଦ୍ଧ ବନ୍ଦ ହେବ ବୋଲି କହିଥିବା ସ୍ଥଳେ ଆଜି ହମାସ ପଣବନ୍ଦୀଙ୍କୁ ଛାଡ଼ିବ ନାହିଁ ବୋଲି କହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହାର ମସ୍ତରମାଇଣ୍ଡ ଥିଲା ସିନୱାର।  ଇସ୍ରାଏଲ ତାକୁ  ହତ୍ୟା କରିଛି।

Leave A Reply

Your email address will not be published.