Latest Odisha News

ଉପନ୍ୟାସ ‘ପ୍ରାଧାନ୍ୟ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

କଟକ: କଥାକାର ଉମାଶଙ୍କର ମିଶ୍ରଙ୍କ ‘ଭାଷା ପ୍ରକାଶନ’ ପକ୍ଷରୁ ପ୍ରକାଶିତ ପଞ୍ଚଦଶତମ ପୁସ୍ତକ ଉପନ୍ୟାସ ‘ପ୍ରାଧାନ୍ୟ’ ଉନ୍ମୋଚିତ ହୋଇଯାଇଛି । ରାଜଭବନ ଠାରେ ଆଜି ରାଜ୍ୟପାଳ ରଘୁବର ଦାସ ଏହାକୁ ଉନ୍ମୋଚନ କରିଛନ୍ତି ।

ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ କହିଛନ୍ତି ଯେ, ସମାଜକୁ ଶୃଙ୍ଖଳିତ ଓ ଉଚିତ୍ ମାର୍ଗରେ ପରିଚାଳନା କରିବାରେ ଲେଖକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଧିକରୁ ଅଧିକ ମୂଲ୍ୟବୋଧଭିତ୍ତିକ ଉଚ୍ଚକୋଟୀର ଲେଖା ଲେଖିବା ପାଇଁ ସେ ଲେଖକମାନଙ୍କୁ ଆହ୍ୱାନ ଦେବା ସହିତ ‘ପ୍ରାଧାନ୍ୟ’ ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ । ଉତ୍ସବରେ ଲେଖକ ପ୍ରଫେସର ଉମାଶଙ୍କର ମିଶ୍ର ପୁସ୍ତକ ସଂପର୍କରେ ଅଭିମତ ରଖିଥିଲେ ।

ଉମାଶଙ୍କର ମିଶ୍ର ୧୫ଟି ପୁସ୍ତକ ସମେତ, ୧୦ଟି ଓଡିଆ ଉପନ୍ୟାସ ମଧ୍ୟ ଲେଖିଛନ୍ତି ।

‘ଭାଷା ପ୍ରକାଶନ’ ସତ୍ତ୍ୱାଧିକାରୀ ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର, ରମାଦେମୀ ବିଶ୍ୱବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ମନୀଷା ମିଶ୍ର, ଚିକିତ୍ସାବିତ୍ ପ୍ରଫେସର ଆନନ୍ଦ ଗରାବଡୁ, କଣ୍ଟେନ୍ଟ ଲେଖକ ସୁପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁସ୍ତକର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.