Latest Odisha News

ସମ୍ବଲପୁରରେ ବୋମା ଆତଙ୍କ, ତନାଘନା ଜାରି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ବୋମା ଆତଙ୍କ । ଏକ ସନ୍ଦିଗ୍ଧ ଟ୍ରଲି ବ୍ୟାଗରେ ବୋମା ଥିବା ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବରପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚପ୍ରକ୍ରିୟା ଆରମ୍ଭ କରିଛି ।

ଆଜି ଉକ୍ତ ଅଞ୍ଚଳରେ ଏକ ଟ୍ରଲି ବ୍ୟାଗ ଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଇଥିବାବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଥିଲା । ଏହା ପରେ ବ୍ୟାଗରୁ ବାହାରିଲା କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ।

ତେବେ କିଏ ଜାଣିଶୁଣି ବ୍ୟାଗ ଛାଡ଼ିଥିଲା ନା ଅଜାଣତରେ ଛାଡ଼ିଥିଲା ତାହା ଜାଣିବା ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Leave A Reply

Your email address will not be published.