Latest Odisha News

BREAKING NEWS

ଏହି ଓ୍ବେବ୍ ସିରିଜ୍ ମାଧ୍ୟମରେ ପୁଣି ଓଟିଟିକୁ ଫେରିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ୱେବ୍ ସିରିଜ୍ ‘ସିଟାଡେଲ୍’ ଯେଉଁଭଳି ଭାବେ ପ୍ରମୋସନ କରାଯାଇଥିଲା ସେହିଭଳି ତାହା ସଫଳତା ହାସଲ କରିପାରି ନଥିଲା । ତେବେ ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ସେ ସିଟାଡେଲ୍ ର ସୁଟିଂ ସେଟକୁ ଫେରିଛନ୍ତି । ପ୍ରିୟଙ୍କା ସୋ’ର ସେଟରୁ ଏକ ରିଲ୍ ସେୟାର କରି ଲେଖିଛନ୍ତି, ‘ନାଦିଆ ପୁଣି ଫେରି ଆସିଛନ୍ତି।’

ସୂଚନାଯୋଗ୍ୟ ଯେ, ଏହି ୱେବ୍ ସିରିଜରେ ପ୍ରିୟଙ୍କା ଚୋପ୍ରା ଗୁପ୍ତଚର ଏଜେଣ୍ଟ ନାଦିଆ ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ଭାରତ, ଇଟାଲୀ ଏବଂ ମେକ୍ସିକୋରୁ ପ୍ରଡକ୍ସନ କମ୍ପାନୀର ସହଭାଗୀତାରେ ସିଟାଡେଲ ଫିଲ୍ମ ନିର୍ମାଣ ହେଉଛି । ଏହି ୱେବ୍ ସିରିଜରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ରିଚାର୍ଡ ମ୍ୟାଡେନ୍ ଅଭିନୟ କରିଛନ୍ତି । ଏହାର ନାମ ସିଟାଡେଲ: ହନି ବନି, ଯାହା ରାଜ ଏବଂ ଡି.କେ ନିର୍ଦ୍ଦେଶନା ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଏହି ସିରିଜର ନିର୍ମାତାମାନେ ସିଟାଡେଲର ପରବର୍ତ୍ତୀ ଅଂଶ ‘ସିଟାଡେଲ ଡାଏନା’ ଘୋଷଣା କରିଥିଲେ । ଏହା ଅକ୍ଟୋବର 10 ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଯେତେବେଳେ କି ଏହାର ଭାରତୀୟ ସଂସ୍କରଣ ସିଟାଡେଲ୍: ହନି ବନି, କାହାଣୀଟି ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୁଖ୍ୟ ଭୂମିକାରେ ଅଭିନେତା ବରୁଣ ଧୱନ ଏବଂ ସାମନ୍ଥା ରୁଥ ପ୍ରଭୁ ନଜର ଆସିବେ ।

‘ସିଟାଡେଲ ଡାଏନା’ ରେ ମର୍ଲେ ଡେଣ୍ଡ୍ରିଜ୍, ରାହୁଲ କୋହଲି, ମାଇକେଲ୍, ମ୍ୟାଟ୍ ବେରୀ ଏବଂ ଗାବ୍ରିୟଲ୍ ଲିୟୋନଙ୍କ ସମେତ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ ।

Leave A Reply

Your email address will not be published.