Latest Odisha News

BREAKING NEWS

କୁଆଡେ ମୁହାଁଇବ?, କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା?; ଜାରି ହେଲା ଗତିପଥ…

ଭୁବନେଶ୍ବର: କେଉଁଆଡେ ମୁହାଁଇବ ବାତ୍ୟା ‘ଦାନା’? କେଉଁଠି ସ୍ଥଳଭାଗ ଛୁଇଁବ? ଓଡିଶାର କେଉଁ ଜିଲ୍ଲା ବେଶୀ ପ୍ରଭାବିତ ହେବ? ନାଁ ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯିବ ‘ଦାନା’? ଏ ସବୁକୁ ନେଇ ଏବେ ଓଡିଶାବାସୀଙ୍କ ମନରେ ଛନକା ପଶିଥିବା ବେଳେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଭୀଷଣ ରୂପ ନେଇପାରେ ବୋଲି ସତର୍କ କରାଇଲାଣି ପାଣିପାଗ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ପାରାଦ୍ୱୀପ-ବାଲେଶ୍ୱର ମଧ୍ୟରେ ଛୁଇଁପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ଗ୍ରାଫିକ୍ସ ଚିତ୍ର ଜାରି କରାଯାଇଛି । ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଅବପାତ ପରେ ଆକଳନ କରାଯାଇ ପାରିବ ।

ତେବେ ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଥିବା ବେଳେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଆସନ୍ତାକାଲି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବବା ପରେ ୨୩ ତାରିଖରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ । ଯାହା ୨୪ ତାରିଖ ରାତି କିମ୍ବା ୨୫ ସକାଳ ଆଡକୁ ଏହା ଓଡ଼ିଶା ପୁରୀ ଓ ପଶ୍ଚିମବଙ୍ଗ ସାଗରଦ୍ବୀପ ମଝିରେ ମାଡ ହେବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁବ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିବା ବେଳେ ଉପକୂଳ ଅଞ୍ଚଳରେ ପବନର ବେଗ ୫୦ରୁ ୬୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.