Latest Odisha News

BREAKING NEWS

ପୁଣେ ଟେଷ୍ଟ ପାଇଁ ଧୀମା ଆଉ ଟର୍ଣ୍ଣ କରୁଥିବା ପିଚ !

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହା ଅକ୍ଟୋବର ୨୪ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ଟେଷ୍ଟରେ ବିଜୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛି । ରିପୋର୍ଟ ମୁତାବକ ପୁଣେ ପିଚ ଧୀମା ଏବଂ ବଲ ଟର୍ଣ୍ଣ କରାଇବାରେ ସହାୟ ହେବ ବୋଲି ଜଣାପଡିଛି । ବାଙ୍ଗଲୋର ପିଚ ତୁଳନାରେ ଏଠାରେ କମ ବାଉନ୍ସ ଦେଖିବାକୁ ମିଳିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ ପାଇଁ ଭାରତକୁ ଆଗାମୀ ୨ଟି ଯାକ ଟେଷ୍ଟରେ ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ପୁଣେରେ ଭାରତ ୩ ସ୍ପିନର୍ସ ସହ ପଡିଆକୁ ଓହ୍ଲାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ବର୍ଷା ଯୋଗୁ ବାଙ୍ଗାଲୋର ଟେଷ୍ଟରେ ଭାରତର ରଣନୀତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ପୁଣେରେ ଏହା ପୂର୍ବରୁ ୨ଟି ଟେଷ୍ଟ ଖେଳାଯାଇଛି । ୨୦୧୬ରେ ଅଷ୍ଟ୍ରେଲିଆ ଏଠାରେ ଭାରତକୁ ପରାସ୍ତ କରିଥିବା ବେଳେ ୨୦୧୯ରେ ଟିମ ଇଣ୍ଡିଆ ସହଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ବିରାଟ କୋହଲି ଏହି ମ୍ୟାଚରେ ଦ୍ୱିଶତକ ହାସଲ କରିଥିଲେ । ପ୍ରଥମ ଦିନରୁ ପିଚରେ ବଲ ଟର୍ଣ୍ଣ କରିବା ଆରମ୍ଭ ହୋଇଥିଲା । ୪୦ରୁ ୩୧ ୱିକେଟ ସ୍ପିନରମାନେ ନେଇଥିଲେ । ଏଠାରେ ଟସ ଜିତିବା ଟିମ ପ୍ରଥମେ ବ୍ୟାଟିଂ କରିବା ପାଇଁ ଚାହିଁବ । ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତ ତାର ଚୂଡାନ୍ତ ଦଳରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଛି ।

Leave A Reply

Your email address will not be published.