Latest Odisha News

BREAKING NEWS

ଆଇପିଏସ ଅଭୟ ନୂଆ ଡ଼ିଜିପି ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଓଡ଼ିଶା ଡ଼ିଜିପି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ଥିବା ବି କେ ଶର୍ମାଙ୍କ ବଦଳରେ ବରିଷ୍ଠ ଆଇପିଏସ ଅଭୟ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି ।

୧୯୮୬ ମସିହା ବ୍ୟାଚର ଆଇପିଏସ ଅଧିକାରୀ ଅଭୟ ବର୍ତ୍ତମାନ ନ୍ୟାସନାଲ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ନୂତନ ପଦବୀରେ ଦାୟିତ୍ୱ ନେବା ପର୍ଯ୍ୟନ୍ତ ପୋଲିସ ଇଣ୍ଟେଲିଜେନ୍ସ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀ ସତ୍ୟଜିତ୍ ମହାନ୍ତି ଏବେ ଭାରପ୍ରାପ୍ତ ଡ଼ିଜିପି ଭାବେ ଦାୟିନ୍ୱ ନେବେ ।

ସେହିପରି ଭାବେ ସୁନିଲ୍ ରାୟ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

ତେବେ ଖୁବଶିଘ୍ର ପୂର୍ବତନ ଡ଼ିଜିପି ବିକେ ଶର୍ମାଙ୍କ ନିଯୁକ୍ତି ସମ୍ପର୍କରେ ଗୃହ ବିଭାଗ ନୋଟିସ ଜାରି କରିବେ ।

ପୂର୍ବରୁ ୟୁପିଏସସି ଏକ ତିନିଜଣିଆ ପ୍ୟାନେଲ୍ ଗଠନ କରି ଓଡ଼ିଶା ଡ଼ିଜିପି ପଦବୀ ନିଯୁକ୍ତି ଲାଗି ୧୭ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲା । ଏହି ତାଲିକାରେ ୧୯୮୬ ବ୍ୟାଚରୁ ୧୯୮୯ ବ୍ୟାଚ ମଧ୍ୟରେ ଥିବା ଆଇପିଏସ ଅଧିକାରୀଙ୍କ ନାମ ରହିଥିବା ବେଳେ ଏଥିରେ ବରିଷ୍ଠ ଅଧିକାରୀ ଅଭୟ, ପ୍ରଦୀପ କପୁର ଏବଂ ବିଜୟ କୁମାର ଶର୍ମାଙ୍କ ନାମ ଥିଲା ।

ତେବେ ପୋଲିସ ଡ଼ିଜି ପଦବୀ ସହ ଅଗ୍ନିଶମ ବିଭାଗ ଡ଼ିଜି ପଦ ତୁଲାଉଥିବା ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କ ନାମରେ ଏକ ସାଂଘାତିକ ଅନିୟମିତତା ଅଭିଯୋଗ ଆସିଛି । ଏହାର ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବାନେଇ ସରକାର ସ୍ଥିର କରିଛନ୍ତି ।

ଏହି ଅନିୟମିତାର ତଦନ୍ତ ଲାଗି ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଛି ସେଥିରେ ରହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ରାଜ୍ୟ ଉନ୍ନୟନ କମିଶନର୍ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ।

 

 

Leave A Reply

Your email address will not be published.