Latest Odisha News

ମହାରାଷ୍ଟ୍ରରେ ଯୋଗେନ୍ଦ୍ର ଯାଦବଙ୍କ ସଭାରେ ଭିବିଏର ବିଶୃଙ୍ଖଳା

ମୁମ୍ବାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ସେ ଅଧରୁ ବନ୍ଦ କରିଦେଇଥିଲେ ତାଙ୍କ ସଭା। ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ଏହି ସଭାରେ ଏହିପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ,  ‘ଭାରତ ଯୋଡୋ’ ଅଭିଯାନ ଅଧୀନରେ ଯୋଗେନ୍ଦ୍ର ଯାଦବ ତାଙ୍କ ଅକୋଲା ଆସିଥିଲେ। ସେଠାରେ ସେ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରୁଥିବା ସମୟରେ ପ୍ରକାଶ ଆମ୍ବେଦକରଙ୍କ ନେତୃତ୍ୱରେ ବଞ୍ଚିତ ବହୁଜନ ଆଘାଡି (ଭିବିଏ) ଦଳର କେତେକ କର୍ମୀ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ। ଏପରିକି ସେମାନେ ମଞ୍ଚ ଉପରକୁ ଚଢ଼ି ମାଇକ୍ରୋଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ଭାଙ୍ଗିବା ସହ ଚେୟାର ଫିଙ୍ଗିବା ଦେଖିବାକୁ ମିଳିଥିଲା। ‘ଆମକୁ ଉତ୍ତର ଦିଅ, ଆମକୁ ଉତ୍ତର ଦିଅ’ ବୋଲି ସ୍ଲୋଗାନ ଦେଇ ସେମାନେ ମଞ୍ଚଉପରେ ବିଶୃଙ୍ଖଳା କରୁଥିବା ଦେଖିବାକୁ ମିଳିଥିଲା । ଏହା ଫଳରେ ଯାଦବଙ୍କୁ ତାଙ୍କ ଭାଷଣ ଅଧାରୁ ବନ୍ଦ କରିବାକୁ ପଡିଥିଲା । ଘଟଣାସ୍ଥଳରେ  ପୋଲିସ ଅଧିକାରୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.