Latest Odisha News

BREAKING NEWS

ଲିଫ୍ଟରେ କାହିଁକି ଲାଗିଥାଏ କାଚ, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ: ଆପଣ ଯେବେ ବି କୌଣସି ବିଲ୍ଡିଂ, ହୋଟେଲ କିମ୍ବା ମଲ୍‌ର ଲିଫ୍ଟରେ ପ୍ରବେଶ କରୁଥିବେ, ଆପଣ ନିଶ୍ଚିତ ଭାବରେ ଭିତରେ ଦର୍ପଣ ଥିବା ଦେଖିଥିବେ । ଅଧିକାଂଶ ସମୟରେ ଲୋକମାନେ ଲିଫ୍ଟ ଭିତରକୁ ପ୍ରବେଶ କରିବା ମାତ୍ରେ ନିଜକୁ ଦର୍ପଣରେ ଦେଖନ୍ତି। ସେମାନେ ନିଜ କେଶକୁ ସଜାଡି ବା ସହ ପୋଷାକ ଠିକ୍ କରନ୍ତି । ନିଜର ସୌନ୍ଦର୍ଯ୍ୟକୁ ମଧ୍ୟ ଦେଖିଥାନ୍ତି। ତା’ପରେ ନିଜନିଜ ଠିକଣାରେ ଓହ୍ଲାଇଯାଆନ୍ତି ।

କିନ୍ତୁ ଲିଫ୍ଟରେ ଥିବା ଦର୍ପଣ କେବଳ ଏହି କାରଣରୁ ଅଛି ନା ଏହାର କିଛି ବିଶେଷ କାମ ଅଛି? ସେ ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଥାଇପାରେ, ଆଜି ଆମେ ଆପଣଙ୍କୁ ଲିଫ୍ଟରେ ଥିବା ଦର୍ପଣର କାରଣ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାପାନର ଲିଫ୍ଟ ଆସୋସିଏସନ ଏକ ଗାଇଡଲାଇନ ଜାରି କରିଥିଲା ଯେ, ପ୍ରତ୍ୟେକ ଲିଫ୍ଟରେ କାଚ ଲଗାଇବା ବାଧ୍ୟତାମୂଳକ। କାରଣ କାଚ କେବଳ ସାଜସଜ୍ଜା ନୁହେଁ ବରଂ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା । ଆସନ୍ତୁ ଜାଣିବା ଲିଫ୍ଟରେ କାଚ ପକାଇବା ଦ୍ୱାରା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟରେ କିପରି ଉନ୍ନତି ଆସିଥାଏ ।

ଆପଣ କ୍ଲଷ୍ଟ୍ରୋଫୋବିଆ ଶବ୍ଦଟି ପୂର୍ବରୁ ଶୁଣିଥିବେ । ଏହା ଏପରି ଏକ ଅବସ୍ଥା ଯେଉଁଥିରେ ଲୋକମାନେ ଛୋଟ କିମ୍ବା ସଂକୀର୍ଣ୍ଣ ସ୍ଥାନକୁ ଭୟ କରନ୍ତି । ଅନେକ ଲୋକ ଲିଫ୍ଟ କିମ୍ବା ଅନ୍ୟ ଛୋଟ ଛୋଟ ସ୍ଥାନକୁ ଯିବାକୁ ଭୟ କରନ୍ତି । ଏହି ଭୟରେ ସେମାନଙ୍କର ଶ୍ୱାସକ୍ରିୟା ବଢିବା ସହ ହୃଦସ୍ପନ୍ଦନ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଥାଏ । ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଏ । ତେଣୁ ଲିପ୍ଟରେ କାଚ ଲାଗିଥିଲେ, ସେହି ଲିଫ୍ଟ ବହୁତ ବଡ ଦେଖାଯାଇଥାଏ। ଲିଫ୍ଟରେ ଅଧିକ ଲୋକ ଥିଲେ ଏବଂ କାଚ ନଥିଲେ ଲିଫ୍ଟର ଆକାର ଛୋଟ ଅନୁଭବ ହୁଏ । ଲୋକମାନେ ଅସୁସ୍ଥ ଅନୁଭବ କରନ୍ତି । କାଚ ଲାଗିଥିଲେ ତାହା ବଡ଼ ଲାଗୁଥିବାରୁ ଲୋକମାନେ ଶ୍ୱାସରୁଦ୍ଧ ହୁଅନ୍ତି ନାହିଁ।

କାଚ ଲଗାଇବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଲୋକଙ୍କ ଧ୍ୟାନ ହଟାଇବା । ଉଚ୍ଚ କୋଠାରେ ଲାଗିଥିବା ଲିଫ୍ଟରେ ଲୋକଙ୍କୁ ଅଧିକ ସମୟ ବିତାଇବାକୁ ପଡ଼ିଥାଏ । ଏହି କାରଣରୁ ଲିଫ୍ଟରେ କାଚ ଲଗାଯାଇଥାଏ, ଯାହାଦ୍ୱାରା ସେମାନଙ୍କ ଧ୍ୟାନ ବିଭ୍ରାନ୍ତ ହୋଇଯାଏ ଏବଂ ସେମାନେ ଅନୁଭବ କରନ୍ତି ନାହିଁ ଯେ ସେମାନେ ଲିଫ୍ଟରେ ବନ୍ଦ ଅଛନ୍ତି କିମ୍ବା ସେମାନେ କେତେ ଉଚ୍ଚକୁ ଯାଉଛନ୍ତି । ଏହା ବ୍ୟତୀତ ସେମାନଙ୍କୁ ବିରକ୍ତିରୁ ରକ୍ଷା କରିବା ପାଇଁ କାଚର ମଧ୍ୟ ବ୍ୟବହାର କରାଯାଏ । ନିଜକୁ ଦେଖି ସେମାନଙ୍କ ସମୟ ଅତିବାହିତ କରିଥାନ୍ତି ।

 

Leave A Reply

Your email address will not be published.