Latest Odisha News

ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ, ପ୍ରଥମେ ୧୦ ଲକ୍ଷ ଲୋକ ହେବେ ସ୍ଥାନାନ୍ତର

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛି ସମ୍ଭାବ୍ୟ ବାତ୍ୟା ‘ଦାନା’।  ଧୀରେ ଧୀରେ ସ୍ଥଳ ଭାଗକୁ ମାଡ଼ି ଆସୁଛି । ବୁଧବାର ବାତ୍ୟା ରୂପ ନେଇ ଏହା ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାରି ମଧ୍ୟରେ ଘୂର୍ଣ୍ଣିଝଡ଼ ଗଭୀର ଅବପାତର ରୂପ ମଧ୍ୟ ନେଇ ସାରିଲାଣି । ସେପଟେ ବାତ୍ୟା ମୁକାବିଲା ମଧ୍ୟ ଜୋର ସୋରରେ ଚାଲିଛି ପ୍ରସ୍ତୁତି।

  • ୬୨୪୪ ରିଲିଫ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି, ପ୍ରାଥମିକ ଭାବରେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ରହିଛି। ରିଲିଫ୍‌ ସେଣ୍ଟରରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହେବ। ପ୍ରଶାସନ ମଧ୍ୟ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବ। ୬୨୪୪ ରିଲିଫ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି।

ସେହିପରି ୮୬୪୭ ଗର୍ଭବତୀ ଚିହ୍ନଟ କରାଯାଇଛି, ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ବ୍ୟବସ୍ଥା କରାଯିବ।  ସେହିପରି ୫୧ଟି ଓଡ୍ରାଫ୍‌ ଟିମ୍‌ , ୧୭୮ ଅଗ୍ନିଶମ ଟିମ୍‌ ମୁତୟନ ହେବା ସହ  ଆହୁରି ୪୦ ଟିମ୍‌ ରାସ୍ତାରେ ଅଛନ୍ତି। ସେମାନେ ବୁଧବାର ମୁତୟନ ହେବେ ବୋଲି ସୂଚନା ମିଳିଛି। ସେହିଭଳି ୨୦ ଏନଡିଆରଏଫ ଟିମ୍‌ରୁ ୧୯ଟି ମୁତୟନ ହୋଇଛନ୍ତି ଗୋଟିଏ ଟିମ୍‌କୁ ରିଜର୍ଭ ରଖାଯାଇଛି।

Leave A Reply

Your email address will not be published.