Latest Odisha News

BREAKING NEWS

ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ ଦାନା

ଭୁବନେଶ୍ୱର: ସମୁଦ୍ର ଭିତରେ ବଳ ଗୋଟାଇ ପ୍ରବଳ ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଦାନା’ l ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା l ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି l ବର୍ତ୍ତମାନ ପାରାଦୀପଠୁ ୫୬୦ ଓ ସାଗରଦ୍ବୀପରୁ ୬୩୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ ଦାନା l ଆସନ୍ତାକାଲି ଭୀଷଣ ରୂପ ଧାରଣ କରିବା ସହ ପୁରୀ ରୁ ସାଗରଦ୍ୱୀପ ମଝିରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ।

ସେପଟେ ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଆଜି ରାତିରୁ ପାଗରେ ପରିବର୍ତ୍ତନ ହେବ। ବାତ୍ୟା ପ୍ରଭାବରେ ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି l ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଜଗତସିଂହପୁର, କଟକ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି l ଗଞ୍ଜାମ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି l

ସେହିପରି ସବୁ ବନ୍ଦରକୁ ୨ନଂ ବିପଦ ସଂକେତ ଜାରି । ପୁରୀ ଓ ସାଗର ଦ୍ଵୀପରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ଝଟକା ପବନର ବେଗ ରହିବ ୧୨୦ କିଲୋମିଟର। ସମୁଦ୍ରରେ ଜୁଆର ରହିବ। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଯିବା ପାଇଁ ବାରଣ କରାଯାଇଛି।

Leave A Reply

Your email address will not be published.