Latest Odisha News

ବିଶ୍ୱର ୫ଟି ଅଜବ ଗିନିଜ୍ ୱାର୍ଲ୍ଡ ରେକର୍ଡ, ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଅନେକ ପ୍ରକାରର ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ନିଶ୍ଚୟ l କିଏ ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ନିର୍ମାଣ କରି ବିଶ୍ୱ ରେକର୍ଡ କରିଛନ୍ତି ତ କିଏ ସବୁଠାରୁ ଦୀର୍ଘତମ ନଦୀ ପାର ହୋଇ ବିଶ୍ୱ ରେକର୍ଡ କରିଛନ୍ତି l କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ରେକର୍ଡ ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ l ଆଜ୍ଞା ହଁ, ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ଅଜବ ପ୍ରକାରର କାର୍ଯ୍ୟ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି l ତେବେ ଆସନ୍ତୁ ଜାଣିବା ସେପରି କିଛି ବିଶ୍ୱ ରେକର୍ଡ ବିଷୟରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗିନିଜ ୱାର୍ଲ୍ଡ ରେକର୍ଡରେ ଏପରି ଜଣଙ୍କର ନାମ ନାମିତ ହୋଇଛି ଯିଏକି ତାଙ୍କ ଜୀବନସାରା ସର୍ବାଧିକ ବର୍ଗର ଖାଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି l ଡୋନାଲ୍ଡ ଏ. ଗୋର୍ସକେ ତାଙ୍କ ପୁରା ଜୀବନ କାଳରେ 26,000 ରୁ ଅଧିକ ବର୍ଗର ଖାଇଛନ୍ତି l ମ୍ୟାକଡୋନାଲ୍ଡର ହୋମବର୍ଗ ବିଗ୍ ମ୍ୟାକ୍ (ଏକ ପ୍ରକାରର ବର୍ଗର) ଯାହା ସାରା ବିଶ୍ୱରେ ପ୍ରସିଦ୍ଧ l 1967 ପରଠାରୁ ଏହା ଲୋକମାନଙ୍କର ପସନ୍ଦର ଖାଦ୍ୟ ହୋଇଛି ମଧ୍ୟ l

ସେହିପରି ଜଣେ ବ୍ୟକ୍ତି କୌଣସି ବିରତି ନ ନେଇ ଦୀର୍ଘ 138 ଘଣ୍ଟା 34 ମିନିଟ୍ କ୍ରମାଗତ ଭାବରେ ଭିଡିଓ ଗେମ୍ ଖେଳି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି l ଦୀର୍ଘ ଦିନ ଧରି କ୍ରମାଗତ ଭାବରେ ଭିଡିଓ ଗେମ୍ ଖେଳିବାର ରେକର୍ଡ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ମାନ୍ୟତା ଦେଇଛି l

ଅନେକ ଲୋକ ଛୋଟ ଛୋଟ ରବର ଖେଳଣାରେ ଖେଳିବାକୁ ଭଲପାଆନ୍ତି l କିଛି ଲୋକ ଏହାକୁ ସାଇତି ରଖିଥାନ୍ତି ମଧ୍ୟ l କିନ୍ତୁ ଆମେରିକାର ଶାର୍ଲୋଟ୍ ଲିଙ୍କ ପାଖରେ ଏହି ରବର ବତକ ଖେଳଣାର ଏକ ଦୋକାନ ଅଛି l ଯେଉଁଠାରେ ସେ ଛୋଟ ରୁ ବଡ ପୁରୁଣାରୁ ଅତି ପୁରୁଣା ରବର ବତକ ରଖି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ପାଖରେ 8,000 ରୁ ଅଧିକ ବତକ ଅଛି l ରବର ବତକର ସବୁଠାରୁ ଅଧିକ ସଂଗ୍ରହ ପାଇଁ ଶାର୍ଲୋଟ୍ ଲି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି l

ଅଷ୍ଟ୍ରେଲିଆର ଏଡିଲେଡର ଜଣେ 48 ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଶରୀରର 90 ପ୍ରତିଶତରୁ ଅଧିକ ସ୍ଥାନରେ ଟାଟୁ କରିବା ପାଇଁ 80,000 ଡଲାର ଖର୍ଚ୍ଚ କରିଛନ୍ତି l ଏପରି ସେ ତାଙ୍କ ଯୌନାଙ୍ଗ ଏବଂ ଗୋଟିଏ ଆଖିରେ ମଧ୍ୟ ଟାଟୁ ବନେଇଛନ୍ତି l ଯେଉଁଥିପାଇଁ ସେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି l ଆଶ୍ଚର୍ଯ୍ୟର କଥା, ସେ 2014 ରେ ଆଇନଗତ ଭାବରେ ତାଙ୍କ ନାମ ବଦଳାଇ ଟାଟୁବୟ କରିଦେଇଥିଲେ l

ଦୀର୍ଘ ସମୟ ଧରି ଗୋଟିଏ ଗୋଡରେ ଠିଆ ହେବାର ରେକର୍ଡ ମଧ୍ୟ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରେକର୍ଡ କରାଯାଇଛି l 2011 ରେ, ଅରେଲ ବେକ୍ସ ଗୋଟେ ଗୋଡରେ ହାଇ ହିଲ ପିନ୍ଧି ଦୀର୍ଘ 1 ଘଣ୍ଟା, 3 ମିନିଟ୍ 5 ସେକେଣ୍ଡ ପାଇଁ ସନ୍ତୁଳନର ସହ ଏକ ଗୋଡ଼ରେ ଛିଡା ହୋଇ ବିଶ୍ୱ ରେକର୍ଡ କରିଥିଲେ l

Leave A Reply

Your email address will not be published.