Latest Odisha News

ପୃଥିବୀ ପୃଷ୍ଠରୁ କିପରି ଲୋପ ପାଇଲେ ଡାଇନୋସର

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ଯେ ପୂର୍ବରୁ ପୃଥିବୀରେ କେବଳ ମଣିଷ ନଥିଲେ l ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଡାଇନୋସରମାନଙ୍କର ମଧ୍ୟ ରାଜୁତି ଚାଲୁଥିଲା l ଆପଣ ଏହା ମଧ୍ୟ ଶୁଣିଥିବେ ଯେ ଅନେକ ବର୍ଷ ପୂର୍ବେ ପୃଥିବୀ ସହିତ ମହାକାଶରୁ ଆସିଥିବା ଏକ ଉଲକାପିଣ୍ଡର ଧକ୍କା ହେବ ହେତୁ ପୃଥିବୀରେ ଥିବା ଥିବା ସମସ୍ତ ଡାଇନୋସର ଲୋପ ପାଇଗଲେ l ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଘଟିଥିବା ଏହି ଭୟଙ୍କର ଘଟଣା ବିଷୟରେ ଆଜିବି ବୈଜ୍ଞାନିକ ମାନେ ନୂତନ ନୂତନ ମତ ପ୍ରକାଶ କରନ୍ତି।

ଏବେ କିନ୍ତୁ ଏକ ନୂତନ ତଥ୍ୟ ପ୍ରକାଶ କରିଛନ୍ତି ବୈଜ୍ଞାନିକମାନେ l ପୁରୁଣା ସମସ୍ତ ରିପୋର୍ଟକୁ ପୁନଃ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଆବିଷ୍କାର କରିଛନ୍ତି । ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ଡାଇନୋସର ବିଲୁପ୍ତ ହେବାର କାରଣ ଉପରେ ଅନୁସନ୍ଧାନ କରୁଥିଲେ l ଏବେ ସେମାନେ ଆବିଷ୍କାର କରିଛନ୍ତି ଯେ ପୃଥିବୀ ସହ ଧକ୍କା ହୋଇଥିବା ଉଲକାପିଣ୍ଡ କାର୍ବୋନିୟସ୍ ଅର୍ଥାତ୍ ସି-ପ୍ରକାର ଉଲକାପିଣ୍ଡ l କେବଳ ଏତିକି ନୁହେଁ, ବୈଜ୍ଞାନିକ ମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଡାଇନୋସରର ବିଲୁପ୍ତି ଉଲକାପିଣ୍ଡ ଦ୍ୱାରା ନୁହେଁ ବରଂ ଏକ ଧୂମକେତୁ କାରଣରୁ ହୋଇଥିଲା l ଜର୍ମାନୀର କୋଲନ ବିଶ୍ୱବିଦ୍ୟାଳୟର ଜିଓକେମିଷ୍ଟ ମାରିଓ ଫିସର ଗୋଡେ ଏବଂ ତାଙ୍କର ସହକର୍ମୀମାନେ ସେମାନଙ୍କ ଅନୁସନ୍ଧାନରେ ଏହି ଦାବି କରି ବିଶ୍ୱକୁ ଏବେ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, 6.60 କୋଟି ବର୍ଷ ପୂର୍ବେ ପୃଥିବୀ ସହ ଧକ୍କା ହୋଇଥିବା ଉଲକାପିଣ୍ଡ ଆମ ସୌର ମଣ୍ଡଳରେ ଥିବା କୌଣସି ଗ୍ରହ ସହିତ ମେଳ ଖାଉ ନାହିଁ। ସେବେ ଅନ୍ତରୀକ୍ଷରୁ ଆସିଥିବା ଉଲକାପିଣ୍ଡ ସେଠାରେ ଧକ୍କା ହୋଇଥିଲା ଯେଉଁଠାରେ ଆଜି ମେକ୍ସିକୋ ଦେଶ ଅଛି l ଏହି ଧକ୍କା ହେତୁ ଏକ ବିଶାଳ ଗର୍ତ୍ତ ସୃଷ୍ଟି କଲା ଯାହାର ଅଧିକାଂଶ ଅଂଶ ବର୍ତ୍ତମାନ ସମୁଦ୍ରରେ ଅଛି l

ବୈଜ୍ଞାନିକମାନେ କହିଛନ୍ତି ଯେ ଉଲକାପିଣ୍ଡର ଧକ୍କା ହେତୁ ହେତୁ ପୃଥିବୀରେ 180 କିଲୋମିଟର ଚଉଡା ଏବଂ 20 କିଲୋମିଟର ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଧକ୍କା ହେତୁ ପୃଥିବୀରେ ପ୍ରଳୟ ହେବ ହେତୁ ଡାଇନୋସର ଲୋପ ପାଇଗଲେ l ବାସ୍ତବରେ ଏହି ବିଶାଳ ଉଲକାପିଣ୍ଡର ଆବର୍ଜନାରୁ ବାହାରିଥିବା ଧୂଳି ହଜାର ହଜାର ବର୍ଷ ଧରି ପୃଥିବୀ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚିବା ବନ୍ଦ କରିଦେଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୦ ଗିଗାଟନର ଏହି ଧୂଳି ପୃଥିବୀର ବାୟୁମଣ୍ଡଳରେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ରହିଲା । ଯେଉଁଥିପାଇଁ ପୃଥିବୀର ଉଦ୍ଭିଦ ଏବଂ ଅନେକ ପ୍ରାଣୀ ବିଲୁପ୍ତ ହେବାକୁ ଲାଗିଲେ । ଏହି କାରଣରୁ, ଡାଇନୋସରମାନେ ମଧ୍ୟ ଖାଦ୍ୟ ପାଇଲେ ନାହିଁ ଏବଂ ସେମାନେ ଧୀରେ ଧୀରେ ସଂପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଗଲେ ।

Leave A Reply

Your email address will not be published.