Latest Odisha News

BREAKING NEWS

ମୁମ୍ବାଇ ପୋଲିସକୁ ବଡ ସଫଳତା, ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଭୁବନେଶ୍ଵର: ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସ । ଧମକ ଦେଇଥିବା ଅଭିଯୁକ୍ତକୁ ଜମସେଦପୁରରୁ ଗିରଫ କରିଛି ମୁମ୍ବାଇ ପୋଲିସର ଏକ ଟିମ୍ । ଅଭିଯୁକ୍ତ ଜଣଙ୍କ କିଛି ଦିନ ତଳେ ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏକ ମେସେଜ ପଠାଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାମରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା ଏବଂ ୫ କୋଟି ଟଙ୍କା ଦାବି କରିଥିଲା।

ପୋଲିସର ସୂଚନାନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୋଲିସ ଏକ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ଜାମସେଦପୁର ସ୍ଥାନୀୟ ପୋଲିସ ସହାୟତାରେ ଯାଞ୍ଚ କରି କରି ଧମକପୂର୍ଣ୍ଣ ମେସେଜ ପଠାଇଥିବା ବ୍ୟକ୍ତିକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ମୁମ୍ବାଇ ଆଣିଛି ପୋଲିସ । ତେବେ ମୁମ୍ବାଇ ପୋଲିସ ଯେଉଁ ବ୍ୟକ୍ତିକୁ ଗିରଫ କରିଛି ଉକ୍ତ ବ୍ୟକ୍ତି ଜଣଙ୍କ ଗତ ୨୧ ଅକ୍ଟୋବରରେ ମେଲ କରି କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲା । ଉକ୍ତ ମେଲରେ ଅକ୍ଟୋବର ୧୮ ରେ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇଥିବା ବିଷୟରେ କହିଥିଲା। ଏଥିସହ ଭୁଲ ବସତଃ ଏହି ଧମକପୂର୍ଣ୍ଣ ମେସେଜ ପଠାଇଥିବା କଥା କହିଥିଲା।

ପୋଲିସ ଆହୁରି ମଧ୍ୟ କହିଛି ଯେ, ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିର ଲୋକେସନ ଝାଡଖଣ୍ଡରେ ଥିବା ନେଇ ଜଣାପଡିଥିଲା । ସେ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲା । ଲରେନ୍ସ ବିଷ୍ଣୋଇଠାରୁ ମୁକ୍ତି ପାଇବାକୁ ହେଲେ ଯଦି ତାଙ୍କୁ ୫କୋଟି ଟଙ୍କା ଦିଆନଯାଏ ତେବେ ସେ ସଲମାନଙ୍କୁ ହତ୍ୟା କରିବ ବୋଲି କହିଥିଲା । ସେ ଆହୁରି ମଧ୍ୟ ଲେଖିଥିଲା ଯେ, ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଯଦି ଟଙ୍କା ଦିଆନଯାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଠାରୁ ଆହୁରି ଖରାପ ହେବ।

 

Leave A Reply

Your email address will not be published.