Latest Odisha News

BREAKING NEWS

‘ଗଜନୀ ୨’ ପାଇଁ ଏକାଠି ସୁଟିଂ କରିବେ କି ଆମିର ଓ ସୁରିୟା… 

ମୁମ୍ବାଇ: ୨୦୦୮ ମସିହାରେ ଆମୀର ଖାନଙ୍କ ସୁପରହିଟ ଫିଲ୍ମ ‘ଗଜନୀ’ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର୍ କରିଥିଲା। ପ୍ରାୟ ୧୬ବର୍ଷ ପରେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ତିଆରି କରିବାକୁ ନିର୍ମାତା ମାନେ ଚିନ୍ତା କରିଛନ୍ତି।

ଆମୀର ଖାନ ଏନେଇ ନିର୍ମାତା ଅଲୁ ଅରବିନ୍ଦ ଏବଂ ମଧୁ ମଣ୍ଟେନାଙ୍କ ସହ ଆଲୋଚନା କରୁଛନ୍ତି। ଏପଟେ ଅଲୁ ଅରବିନ୍ଦ ସୁରିୟାଙ୍କ ସହ ଏହାର ତାମିଲ ଭର୍ସନ ପ୍ରଡ୍ୟୁସ କରିବେ। ଏନେଇ ସୁରିୟା ସ୍ପଷ୍ଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ ‘ଗଜନୀ ୨’କୁ ନେଇ ସୁରିୟା କହିଛନ୍ତି ଯେ ଅଲୁ ଅରବିନ୍ଦ ଏବଂ ମଣ୍ଟେନା ‘ଗଜନୀ ୨’ର ହିନ୍ଦୀ ଏବଂ ତାମିଲ ସଂସ୍କରଣକୁ ଏକାଠି ସୁଟିଂ କରିବାକୁ ଯୋଜନା କରୁଛନ୍ତି। ନିର୍ମାତାମାନେ ଏହା ମାଧ୍ୟମରେ ପାନ-ଇଣ୍ଡିଆ ଦର୍ଶକଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛନ୍ତି। ଉଭୟ ଭାଷାରେ ଏକାସାଙ୍ଗରେ ଫିଲ୍ମର ସୁଟିଂ କରିବାକୁ ଆମୀର ଖାନ ଏବଂ ସୁର୍ୟା ରାଜି ହୋଇଛନ୍ତି।

ଆଜିକାଲି ଆମୀର ଖାନ ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ସୀତାରେ ଜମିନ୍ ପର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଅନ୍ୟପକ୍ଷରେ ସୁରିୟା ମଧ୍ଯ ‘କଙ୍ଗୁଭା’ର ରିଲିଜ୍ କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

 

Leave A Reply

Your email address will not be published.