Latest Odisha News

BREAKING NEWS

ଅସ୍ତରଙ୍ଗ ଯାଇ ବାତ୍ୟା ମୁକାବିଲାର ସ୍ଥିତି ପରକ୍ଷିଲେ ଉପମୁଖ୍ୟମନ୍ତ୍ରୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ କେତେ ମାତ୍ରାରେ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ପାଇଁ ରହିବାର ସୁବିଧା ଓ ଖାଦ୍ୟାପେୟ ବ୍ୟବସ୍ଥା ସମ୍ପର୍କରେ ବିଡିଓ ଯୋଗେନ୍ଦ୍ର ମହାକୁଡ଼ ଓ ପଞ୍ଚାୟତ ସମିତି ଅଧ୍ୟାକ୍ଷା ଆରତୀ ନାୟକଙ୍କୁ ପଚାରି ବୁଝିଥିଲେ ।

ଏହା ସହ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ସମସ୍ତଙ୍କର ଦାୟିତ୍ବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଆଜି ରାତି ଭିତରେ ସମସ୍ତ ପଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏହି ଗସ୍ତ ସମୟରେ ଅସ୍ତରଙ୍ଗ ତହସିଲଦାର,ପିପିଲି ବିଜେପି ବିଧାୟକ ଆଶ୍ରିତ୍ ପଟ୍ଟନାୟକଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.