Latest Odisha News

BREAKING NEWS

ଉପକୂଳ ମୁହାଁ ‘ଦାନା’, ପାରାଦ୍ୱୀପରୁ ମାତ୍ର ଏତିକି ଦୂରରେ ଅଛି…

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହେଉଛି ‘ଦାନା’ । ପାରାଦୀପରୁ ଠାରୁ ଏବେ ୧୦୦ କିମି ଦୂରରେ ରହିଛି । ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୩୦ କିମି ଦୂରରେ ରହିଛି ଦାନା । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ରାତି ୩ଟାରୁ ଭୋର୍‌ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି ।

ବର୍ତ୍ତମାନ ବାତ୍ୟାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୦ କିମି ରହିଛି । ଜୁଆର ମଧ୍ୟ ବଢ଼ିଛି ।

ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଛି । ଏହି ସମୟରେ ମୟୂରଭଞ୍ଜ, ଯାଜପୁର, କଟକରେ ଘଣ୍ଟାକୁ ୬୦ରୁ ୮୦କିମି, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୬୦ ରୁ ୭୦, ସୁନ୍ଦରଗଡ଼ ଜିଲ୍ଲାରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ଲ୍ୟାଣ୍ଡଫଲ୍ ହେବା ପରେ ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ ।

ଅନ୍ୟପକ୍ଷରେ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.